କୀଟନାଶକ ସେବନ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ତାମିଲନାଡୁ ସାଂସଦ ହୃଦ୍‌ଘାତରେ ମୃତ

ଚେନ୍ନାଇ: କିଛି ଦିନ ପୂର୍ବେ କୀଟନାଶକ ସେବନ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ତାମିଲନାଡୁ ସାଂସଦ ଏ ଗଣେଶ ମୂର୍ତ୍ତିଙ୍କର ଗୁରୁବାର ସକାଳେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି।

ସକାଳ ପ୍ରାୟ ୫ଟା ସମୟରେ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୭୬ ବର୍ଷୀୟ ନେତାଙ୍କ ମୃତ୍ୟୁ ଘଟିଛି। ୨୦୧୯ ଲୋକସଭା ନିର୍ବାଚନରେ ​​ଏରୋଡରୁ ଡିଏମକେ ଟିକେଟରେ ନିର୍ବାଚିତ ହୋଇଥିବା ଏ ଗଣେଶ ମାର୍ଚ ୨୫ ତାରିଖରେ ବାନ୍ତି କରିବାରେ ଲାଗିଥିଲେ। ତାଙ୍କୁ ପରିବାର ସଦସ୍ୟଙ୍କ ଦ୍ବାରା ତୁରନ୍ତ ଏକ ଘରୋଇ ହସ୍ପିଟାଲ୍‌ ନିଆଯାଇଥିଲା। ହସ୍ପିଟାଲ୍‌ରେ ଜଣାପଡ଼ି‌ଲା ଯେ ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଚେକ୍ ଅପ୍ ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ କହିଛି। ସାଂସଦ ତାଙ୍କ ପରିବାର ସଦସ୍ୟଙ୍କୁ କହିଥିଲେ ଯେ ସେ କୀଟନାଶକ ଖାଇଛନ୍ତି।

ପରେ ଏ ଗଣେଶଙ୍କୁ ଦୁଇ ଡାକ୍ତର ଏବଂ ତାଙ୍କ ପରିବାର ସଦସ୍ୟ ଆମ୍ବୁଲାନ୍ସରେ ନେଇ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।

ସମ୍ବନ୍ଧିତ ଖବର