କଶ୍ମୀର ନେଇ ମୁହଁ ଖୋଲିଲା ଆତଙ୍କବାଦୀ ମାସୁଦ ଅଝାର : ଭାରତ ସରକାର ନିଜ ପାଦରେ କୁରାଢ଼ୀ ମାରିଛନ୍ତି, ମୋଦୀଙ୍କ ସ୍ୱପ୍ନ କେବେ ପୂରଣ ହେବନି

କରାଚୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଠିବା ପରେ ଗୋଟିଏ ପଟେ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି । ଅନ୍ୟପଟେ ଆଜି କଶ୍ମୀର ପ୍ରେମ ଦେଖେଇ ହୋଇଛି ଦୁର୍ଦ୍ଦଷ ଆତଙ୍କବାଦୀ ମାସୁଦ ଅଝାର । କଶ୍ମୀର ପ୍ରସଙ୍ଗକୁ ନେଇ ଜୈଶ-ଏ-ମହମ୍ମଦର ମୁଖିଆ ମାସୁଦ ଅଝାର ପୁଣି ଥରେ ଭାରତ ବିରୋଧରେ ବିଷୋଦଗାର କରିଛି । ଅଝାର ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ବିଶ୍ୱସ୍ତରରେ ଆତଙ୍କବାଦୀ ଘୋଷିତ ହୋଇସାରିଛି । ମେସେଜିଙ୍ଗ ଆପ୍ ଟେଲିଗ୍ରାମ ସାହାଯ୍ୟରେ ଅଝାରର ବୟାନ ସାମ୍ନାକୁ ଆସିଛି ।

କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛି ମାସୁଦ । କଶ୍ମୀରବାସୀଙ୍କ କଥା ଚିନ୍ତା ନ କରି ମୋଦୀ ମନଇଚ୍ଛା ନିଷ୍ପତ୍ତି ନେଇଛନ୍ତି । ନିଜର ପରାଜୟ ସ୍ୱୀକାର କରିନେଇଛନ୍ତି ବୋଲି ସେ ଜାରି କରିଥିବା ବୟାନରେ କହିଛି ମାସୁଦ । ୩୭୦ ଉଚ୍ଛେଦ ପରେ କଶ୍ମୀରୀ ମୁସଲମାନମାନେ ନିଜର ଅଧିକାର ହରାଇବେ । ବାହାର ସ୍ଥାନରୁ ଉଦ୍ୟୋଗପତିମାନେ ଆସି ଜମି କିଣିବେ । ଅଝାର କହିଛି ଭାରତ ସରକାର ନିଜ ପାଦରେ କୁରାଢ଼ୀ ମାରିଛନ୍ତି । ମୋଦୀ ସରକାରଙ୍କ ସ୍ୱପ୍ନ କେବେ ପୂରଣ ହେବନି । କଶ୍ମୀରରେ ଜିହାଦର ଏକ ଅଧ୍ୟାୟ ପୂରା ହୋଇଛି ।

ସୂଚନାଯୋଗ୍ୟ ଭାରତ ସରକାର ଜମ୍ମୁକ-କାଶ୍ମରୀରୁ ୩୭୦ ଧାରା ଉଚ୍ଛେଦ କରିଛନ୍ତି । ଏହାସହ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ରାଜ୍ୟ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର