ଭିସା ସେବା ଆରମ୍ଭ କରିବାକୁ କୂଟନୈତିକ ମିସନ୍‌ସ୍‌ଙ୍କୁ କହିଲା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

ନୂଆଦିଲ୍ଲୀ: କୋଭିଡ୍-୧୯ ଲକ୍‌ଡାଉନ୍ ଉଠାଯାଉଥିବା ପରିପ୍ରେକ୍ଷୀରେ ପୁଣି ଭିସା ସେବା ପ୍ରକ୍ରିୟା ଆରମ୍ଭ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଭାରତରେ ଥିବା କୂଟନୈତିକ ମିସନ୍‌ସ୍‌ମାନଙ୍କୁ ଅନୁରୋଧ କରିଛି।

ମହାମାରୀ ପରିସ୍ଥିତିକୁ ଲକ୍ଷ୍ୟ କରି ଆସନ୍ତା ମାସ ଠାରୁ ସାବଧାନ ସହକାରେ ଆନ୍ତର୍ଜାତିକ ବିମାନ ଚଳାଚଳ ଆରମ୍ଭ କରିବାକୁ ସରକାର ବିଚାର କରୁଥିବା ବେଳେ ଭିସା ପ୍ରକ୍ରିୟା ପୁନଃଆରମ୍ଭ ଉଦ୍ୟମ ହୋଇଛି।

Image Courtesy of The Times of India

ସେବା ସ୍ଥଗିତ ରଖାଯାଇଥିବା କାରଣରୁ ଭାରତୀୟ ନାଗରିକମାନେ ଭିସା ପାଇବାରେ ସମ୍ମୁଖୀନ ହେଉଥିବା ଅସୁବିଧା ଉପରେ ଆଲୋକପାତ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଜୁନ୍ ୯ ତାରିଖ ଦିନ କୂଟନୈତିକ ମିସନ୍‌ସ୍‌ମାନଙ୍କୁ ପତ୍ର ଲେଖିଛି। ଭାରତୀୟ ନାଗରିକମାନଙ୍କ ବ୍ୟତୀତ, ବ୍ୟାବସାୟିକ ଓ ଅନ୍ୟାନ୍ୟ ସଙ୍ଗଠନଗୁଡ଼ିକ ମଧ୍ୟ ଭିସା ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଜରୁରୀକାର୍ଯ୍ୟ, ବାଧ୍ୟତାମୂଳକ କାର୍ଯ୍ୟ, ବିଦେଶରେ ବାସ କରୁଥିବା ପରିବାର ସଦସ୍ୟଙ୍କୁ ଭେଟିବା ଏବଂ ଶିକ୍ଷା ଆଦି କାରଣରୁ ବିଦେଶ ଯାତ୍ରା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, କରୋନାଭାଇରସ୍ ସଂକ୍ରମଣ ଦମନ ପାଇଁ ମାର୍ଚ ୧୦ ତାରିଖରୁ ଭାରତ ବିଦେଶୀମାନଙ୍କ ପାଖରେ ଥିବା ଅଧିକାଂଶ ଭିସା ରଦ୍ଦ କରିଥିଲା। ଗତ ଅଳ୍ପ କିଛି ସପ୍ତାହ ହେବ ଭାରତ ସତର୍କତାର ସହ ବିଦେଶୀମାନଙ୍କୁ ଆସିବାକୁ ଅନୁମତି ଦେଉଛି।

ସମ୍ବନ୍ଧିତ ଖବର