ସ୍କୁଲ ଭିଜିଟ୍ରର ବୁକ୍‌ରେ ମେଲାନିଆ ଲେଖିଥିବା ମନ୍ତବ୍ୟକୁ ସାଇତି ରଖାଯିବ

ନୂଆଦିଲ୍ଲୀ: ପ୍ରଥମ ଥର ଭାରତଗସ୍ତରେ ଆସିଥିବା ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଙ୍ଗଳବାର ଦିଲ୍ଲୀର ୨ଟି ସ୍କୁଲକୁ  ଗସ୍ତ କରିଥିଲେ। ପ୍ରଥମେ ସେ ନାନକପୁରାରେ ଥିବା ଏକ ସରକାରୀ ସ୍କୁଲକୁ ଯାଇ ପହଞ୍ଚିଥିଲେ। ସେଠାରେ ପିଲାମାନେ ତାଙ୍କ ମଥାରେ ଚନ୍ଦନ ଲଗାଇ ତାଙ୍କର ଆରତୀ କରି ସ୍ୱାଗତ କରିଥିଲେ। ମେଲାନିଆ ବି ସ୍କୁଲର ପିଲାମାନଙ୍କ ସହ କଥାବାର୍ତ୍ତା ହେବା ସହ ଖେଳି  ଥିଲେ। ଏହି ସମୟରେ ମେଲାନିଆ ବେଶ୍‌ ଖୁସି ଥିବା  ଦେଖିବାକୁ ମିଳିଛି।

ଏହାପରେ ମେଲାନିଆ ଟ୍ରମ୍ପ ଆରକେ ପୁରମସ୍ଥିତ ସର୍ବୋଦୟ ସହଶିକ୍ଷା ବରିଷ୍ଠ ମାଧ୍ୟମିକ ବିଦ୍ୟାଳୟରେ ‘ହାପିନେସ୍‌ କ୍ଲାସ୍‌’କୁ ଯାଇଥିଲେ। ସେଠାରେ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ତାଙ୍କୁ ଭବ୍ୟସ୍ୱାଗତ କରିଥିଲେ। ମେଲାନିଆଙ୍କଗସ୍ତ ପାଇଁ ବିଦ୍ୟାଳୟକୁ ସୁନ୍ଦରଭାବେ ସଜା ଯାଇଥିଲା।

ସ୍କୁଲ ବୁଲି ଦେଖୁଥିବା ବେଳେ ସେଠାରେ ଥିବା ଭିଜିଟର ବୁକ୍‌ରେ ମେଲାନିଆ କିଛି ଲେଖି ଥିଲେ। ସ୍କୁଲରେ କରାଯାଇଥିବା ଭବ୍ୟସ୍ୱାଗତ ପାଇଁ ଧନ୍ୟବାଦ ଜଣାଇବା ସହ ଏହା ତାଙ୍କ ପାଇଁ ଅଭୁଲା ସ୍ମୃତି  ହୋଇ ରହିବ ବୋଲି ସେ ଏହି ଭିଜିଟର ବୁକ୍‌ରେ ଲେଖିଛନ୍ତି। ତେବେ ତାଙ୍କର ଏହି ହସ୍ତାକ୍ଷରକୁ ସ୍କୁଲରେ ସାଇତା ହୋଇ ରଖାଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର