ଦିଲ୍ଲୀରେ ମୃଦୁ ଭୂମିକମ୍ପ: ୨୦ ଦିନରେ ତୃତୀୟ ଥର

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଦିଲ୍ଲୀରେ ୨.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀରୁ ୮ କିଲୋମିଟର ପଶ୍ଚିମ ଦିଗରେ ଥିଲା। ଏହା ୨୦ ଦିନ ମଧ୍ୟରେ ତୃତୀୟ ଭୂକମ୍ପ। ଏହାପୂର୍ବରୁ ଚଳିତ ମାସ ୯ ତାରିଖରେ ନେପାଳରେ ୬.୩ ତୀବ୍ରତାର ଭୂକମ୍ପ ହେବା ପରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ଏହାପରେ ୧୨ ତାରିଖରେ ପୁଣି ନେପାଳରେ ୫.୪ ତୀବ୍ରତାର ଭୂକମ୍ପ ହେବାରୁ ଦିଲ୍ଲୀ-ଏନ୍‌ସିଆର୍‌ ଏବଂ ଅନ୍ୟ କେତେକ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା।

ସମ୍ବନ୍ଧିତ ଖବର