ବେଳାଭୂମିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା: ବିବାଦୀୟ ବୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ସଫେଇ, ମୋର ବି ଝିଅ ଅଛି

ଗୋଆ : ଗୋଆର ବେନୋଲିମ୍‌ ବିଚ୍‌ରେ ଦୁଇଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ବିବଦୀୟ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ଏ ନେଇ ସେ ସଫେଇ ଦେଇ କହିଛନ୍ତି, ମୋ କହିବାର ବାସ୍ତବିକ ଅର୍ଥକୁ କେହି ବୁଝି ପାରିଲେ ନାହିଁ। ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ନେଇ ଦେଇଥିବା ଟିପ୍ପଣୀକୁ ଅନ୍ୟ ଅର୍ଥରେ ନିଆଗଲା। ସେଥିରେ ରାଜନୀତି ରଙ୍ଗ ବୋଳି ଦିଆଗଲା। ନାବାଳିକାମାନଙ୍କ ସୁରକ୍ଷା ଦାୟିତ୍ବ ଆମ ସମସ୍ତଙ୍କର। ମୋର ବି ୧୪ ବର୍ଷର ଝିଅ ଅଛି। ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଗତ ରବିବାର ସମୁଦ୍ର କୂଳରେ ନିଜକୁ ପୁଲିସ ପରିଚୟ ଦେଇ ୪ ଜଣ ବ୍ୟକ୍ତି ୨ ନାବାଳକଙ୍କୁ ନିସ୍ତୁକ ପିଟିବା ପରେ ଉଭୟଙ୍କୁ ଦୁଷ୍କର୍ମ କରିଥିଲେ। ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡ଼ିଛି। ଏହି ଘଟଣା‌ରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଥିଲେ, ବିଳମ୍ବିତ ରାତିରେ ଝିଅମାନଙ୍କୁ ସେମାନଙ୍କ ବାପାମାଆ କାହିଁକି ଛାଡ଼ୁଛନ୍ତି। ନିଜ ପିଲାମାନଙ୍କ ସୁରକ୍ଷା ଦାୟିତ୍ବ ମାତା ପିତାଙ୍କର। ତେଣୁ ଏଥିପାଇଁ ସରକାର କିମ୍ବା ପୁଲିସକୁ ଦାୟୀ କରାଯାଇ ପାରିବ ନାହିଁ। ଏଥିପାଇଁ ଅନ୍ୟକୁ ଦୋଷ ଦେବା ଉଚିତ ନୁହେଁ ବୋଲି ସେ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଏହି ଟିପ୍ପଣୀକୁ ନେଇ ବୁଧବାର ବିରୋଧୀ ଦଳ ନେତାମାନେ କ୍ଷୋଭ ପ୍ରକାଶ କରିବା ସହ ତାଙ୍କ ଇସ୍ତଫା ଦାବି କରିଥିଲେ। ବିରୋଧୀ ଦଳ ନେତାମାନେ କହିଥିଲେ ଯେ ଗୋଆରେ ବିଜେପି ଶାସନ ମହିଳାମାନଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପଡ଼ିଛି।

ସମ୍ବନ୍ଧିତ ଖବର