ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସାବାଳିକା ପତ୍ନୀଙ୍କ ସହ ରହିପାରିବେନି ନାବାଳକ ସ୍ୱାମୀ

ଆହ୍ଲାବାଦ: ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏକ ମହତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି କି ଯଦି ସ୍ୱାମୀ ନାବଳକ ତ ସେ ସାବାଳିକା ପତ୍ନୀଙ୍କ ସହ ରହିପାରିବେ ନାହିଁ । କୋର୍ଟ ତାଙ୍କ ରାୟରେ କହିଛନ୍ତି କି ଜଣେ ନାବାଳକକୁ ସ୍ୱାମୀ ହିସାବରେ ଜଣେ ସାବାଳିକା ସହିତ ପଠାଇଦେବା ପୋକ୍ସୋ ଆଇନ ମୁତାବକ ଅପରାଧ ଅଟେ । ଏହି କାରଣରୁ ଯେପର୍ଯ୍ୟନ୍ତ ସ୍ୱାମୀ ସାବଳକ ନ ହୋଇଛି ସେତେବେଳ ଯାଏଁ ତାଙ୍କୁ ଆଶ୍ରୟ ସ୍ଥଳରେ ରଖାଯିବା ଉଚିତ ।

ଏନେଇ ଜଣେ ନାବାଳକର ମା’ କୋର୍ଟରେ ଏକ ମାମଲା ଦାଖଲ କରିଥିଲେ । ମା’ ଜଣଙ୍କ କୋର୍ଟରେ ନିଜ ନାବାଳକ ପୁଅର ସୁରକ୍ଷା ମାଗିଥିଲେ । ମାତ୍ର ଏହି ମାମଲାର ଶୁଣାଣି ପରେ ନାବାଳକ ଜଣକ ନିଜ ମା’ ସହିତ ରହିବାକୁ ରାଜି ହୋଇ ନଥିଲେ । ସେ ତାଙ୍କ ସାବାଳିକା ପତ୍ନୀଙ୍କ ସହ ରହିବାକୁ ଚାହିଁଥିଲେ । ଏବେ ନାବାଳକର ବୟସ ୧୬ ବର୍ଷ ।

Allahabad High Court's Contribution In Protecting The Human Rights And  Personal Liberties Of The People
Live Law

ଏହି ମାମଲାର ଶୁଣାଣି ବେଳେ କୋର୍ଟ ଏହି ବିବାହକୁ ନିରସ୍ତ୍ର କରିଦେଇଥିଲେ । କୋର୍ଟ କହିଥିଲେ କି ନାବଳକ ସ୍ୱାମୀକୁ ସାବାଳିକା ସ୍ତ୍ରୀ ହାତରେ ଟେକି ଦିଆଯାଇ ପାରିବ ନାହିଁ । ଏନେଇ ଜଷ୍ଟିସ୍ ଜେଜେ ମୁନୀରଙ୍କ ବେଞ୍ଚ ନିଷ୍ପତ୍ତି ଶୁଣାଇ କହିଥିଲେ କି, ଯେତେବେଳେ ନାବାଳକ ଜଣଙ୍କ ନିଜ ମା’ ପାଖରେ ରହିବାକୁ ଚାହୁଁ ନାହାନ୍ତି ତେବେ ତାଙ୍କୁ ୧୮ ବର୍ଷ ହେବା ଯାଏ ଆଶ୍ରୟ ଗୃହରେ ରଖାଯାଉ । ସାବାଳକ ହୋଇଯିବା ପରେ ସେ ନିଜ ଇଚ୍ଛାରେ କେଉଁଠି ଓ କାହା ସହିତ ବି ରହିପାରିବେ ।

ସମ୍ବନ୍ଧିତ ଖବର