୧୭ ବର୍ଷୀୟା ନାବାଳିକା ୨୮ ଜଣଙ୍କ ଦ୍ୱାରା ହେଲେ ଗଣଦୁଷ୍ମର୍ମର ଶିକାର; ଅପରାଧରେ ବାପା ସମେତ ରାଜନେତା ସାମିଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଲିତପୁରରେ ଜଣେ ନାବାଳିକାଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଘଟଣାକୁ କେନ୍ଦ୍ର କରି ଏବେ ହଇଚଇ ଆରମ୍ଭ ହୋଇଛି। ପୀଡ଼ିତା ନାବାଳିକା ଜଣଙ୍କ ତାଙ୍କ ପିତା ଏବଂ କିଛି ରାଜନେତାଙ୍କ ସମେତ ୨୮ ଜଣ ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ପୁଲିସ୍‌ ନିକଟରେ ଅଭିଯୋଗ କଲାପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ବହୁଜନ ସମାଜ ପାର୍ଟି (ବିଏସପି) ଏବଂ ସମାଜବାଦୀ ପାର୍ଟି (ଏସପି)ର ସଦସ୍ୟମାନେ ମଧ୍ୟ ଅଛନ୍ତି।

ଲଳିତପୁର ପୁଲିସ ଥାନାରେ ଗତକାଲି ପୀଡ଼ିତା ୧୭ ବର୍ଷୀୟା ନାବାଳିକା ଜଣକ କରିଥିବା ଲିଖିତ କହିଛି ଯେ ଅଭିଯୁକ୍ତମାନେ ତାଙ୍କୁ ଦୀର୍ଘ ବର୍ଷ ଧରି ଯୌନ ନିର୍ଯାତନା ଦେଇ ଆସୁଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୫୪, ୩୭୬, ୩୨୩, ୩୨୮, ୫୦୬, ୧୨୦ ପୋକ୍ସୋ ଅଧିନିୟମର ଧାରା ୫ ଏବଂ ୬ ଅନୁଯାୟୀ ଘଟଣାରେ ସଂପୃକ୍ତ ସମସ୍ତ ୨୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏଫ୍‌ଆଇଆର୍‌ ପଞ୍ଜିକୃତ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ପୀଡ଼ିତା ଜଣକ କରିଥିବା ଅନୁଯାୟୀ, ସେ ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ ତାଙ୍କ ପିତା ତାଙ୍କୁ ଅଶ୍ଳୀଳ ଭିଡିଓ ଦେଖାଉଥିଲେ। ପରେ ତାଙ୍କୁ ମହେଶପୁରାର ଏକ ପଡ଼ିଆକୁ ନେଇ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣାର କିଛି ଦିନ ପରେ, ବାପା ନିୟମିତ ଭାବରେ ତାଙ୍କୁ ସଙ୍ଗରେ ବାହାରକୁ ନେବାକୁ ଲାଗିଲେ ଯେଉଁଠାରେ ତାଙ୍କୁ ଏକାଧିକ ପୁରୁଷ ଗଣଦୁଷ୍କର୍ମ କରୁଥିଲେ। ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ବହୁଜନ ସମାଜ ପାର୍ଟି (ବିଏସପି) ଏବଂ ସମାଜବାଦୀ ପାର୍ଟି (ଏସପି)ର ସଦସ୍ୟମାନେ ମଧ୍ୟ ସାମିଲ ଥିବା ସେ ତାଙ୍କ ଅଭିଯୋଗରେ କହିଛନ୍ତି।

‘ଏହା ଏକ ବିରଳ ଏବଂ ସମ୍ବେଦନଶୀଳ ମାମଲା ଏବଂ ଆମେ ଏହାକୁ ଗମ୍ଭୀରତାର ସହ ନେଇଛୁ। ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି ଏବଂ ତାଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରାଯାଇଛି’ ବୋଲି ଲଲିତପୁର ପୁଲିସ ଅଧୀକ୍ଷକ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର