ପ୍ରସବ ଯନ୍ତ୍ରଣା ସମୟରେ ସିରିଆରେ ହେଲା ଭୂକମ୍ପ: ମହିଳାଙ୍କ ଜୀବନ ଗଲା, ହେଲେ ଜୀବିତ ବାହାରିଲେ ନବଜାତ

ନୂଆଦିଲ୍ଲୀ: ସୋମବାର ତୁର୍କୀ ଓ ସିରିଆରରେ ଭୂକମ୍ପ ହୋଇଥିଲା। ଭୋର ୪ଟା ସମୟରେ ୭.୮ ତୀବ୍ରତାର ପ୍ରଥମ ଭୂମିକମ୍ପ ହେବା ପରେ ଥରି ଉଠିଥିଲା ତୁର୍କୀ ଓ ସିରିଆ। ଏହି ସମୟରେ ଲୋକେ ଶୋଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଏହି ଭୂକମ୍ପ ୫,୦୦୦ରୁ ଅଧିକ ଲୋକଙ୍କ ଜୀବନ ନେଇସାରିଥିବା ବେଳେ ଏବେ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଛି।

ଯେଉଁ ଭୂକମ୍ପ ୫,୦୦୦ଲୋକଙ୍କ ଜୀବନ ନେଇଛି, ସେହି ଭୂକମ୍ପର ଧ୍ବଂସସ୍ତୁପ ତଳୁ ଏକ ନବଜାତ ଜୀବିତ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଘଟଣାଟି ସିରିଆରେ ଘଟିଛି। କୁହାଯାଉଛି ଯେ, ଭୂକମ୍ପ ହେବାର କିଛି ସେକେଣ୍ଡ ପୂର୍ବରୁ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହା ପରେ ୭.୮ ତୀବ୍ରତାର ଭୂକମ୍ପରେ ସିରିଆ ଥରି ଉଠିବା ସହ ମହିଳାଙ୍କ ସମେତ ତାଙ୍କ ସ୍ବାମୀ ଧ୍ବଂସସ୍ତୁପ ତଳେ ଚାପି ହୋଇଯାଇଥି‌ଲେ। ଧ୍ବଂସସ୍ତୁପ ତଳେ ଚାପି ହେବା ପରେ ମହିଳାଙ୍କ ପେଟରୁ ନବଜାତଟି ବାହାରି ଆସିଥିଲା। ଏହି ଘଟଣା ପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ନବଜାତଟି ଜୀବିତ ଥିବା କୁହାଯାଉଛି। ଖବରଟି ସାମ୍ନାକୁ ଆସିବା ପରେ ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏତେ ବଡ଼ ଭୂକମ୍ପ ପରେ ଜୀବିତ ଥିବା ନବଜାତକୁ ‘ମିରାକିଲ ବେବି’ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି।

Syria miracle baby
indiatoday

ତେବେ ତୁର୍କୀରେ ଯେପରି ଭୂମିକମ୍ପ ହୋଇଛି ତାହା ପୂର୍ବରୁ କେବେ ଦେଖାଯାଇନଥିଲା । ପୂର୍ବରୁ ଅନେକ ବିନାଶକାରୀ ଭୂମିକମ୍ପ ହୋଇଛି, କିନ୍ତୁ ବାରମ୍ବାର ଏତେ ଥର ଭୂମିକମ୍ପ ହେବ ସମଗ୍ର ବିଶ୍ବରେ ବିରଳ ବୋଲି କୁହାଯାଉଛି । କାରଣ ସୋମବାର ଭୋର ୪ଟା ବେଳେ ଆସିଥିବା ୭.୮ ତୀବ୍ରତାର ପ୍ରଥମ ଭୂମିକମ୍ପ ପରେ ଆଉ ୪ ଥର ଭୂମିକମ୍ପ ଆସି ସାରିଲାଣି । କେବଳ ସେତିକି ନୁହେଁ, ତୁର୍କୀରେ ୧୦୦ରୁ ଅଧିକ ଥର ମୃଦୁ ଭୂମିକମ୍ପ ବା ଆଫଟର ସକ୍ ଆସିସାରିଲାଣି ।

ସମ୍ବନ୍ଧିତ ଖବର