ବିଧାୟକଙ୍କ ବାର୍ଷିକ ହାରାହାରି ଆୟ ୨୪.୫୯ ଲକ୍ଷ

ନୂଆଦିଲ୍ଲୀ : ଭାରତରେ ବିଧାୟକମାନଙ୍କ ହାରାହାରି ବାର୍ଷିକ ଆୟ ୨୪.୫୯ ଲକ୍ଷ ଟଙ୍କା। କର୍ଣ୍ଣାଟକ ବିଧାୟକମାନଙ୍କ ଆୟ ସର୍ବାଧିକ ଥିବା ବେଳେ ପୂର୍ବାଞ୍ଚଳ ରାଜ୍ୟ ବିଧାୟକଙ୍କ ଆୟ ସବୁଠୁ କମ୍‌ ବୋଲି ଏକ ସଦ୍ୟତମ ରିପୋର୍ଟରୁ ଜଣାଯାଇଛି। ରିପୋର୍ଟ ମୁତାବକ କର୍ଣ୍ଣାଟକର ୨୦୩ ବିଧାୟକଙ୍କ ହାରାହାରି ବାର୍ଷିକ ଆୟ ସର୍ବାଧିକ ୧.୧ କୋଟି ଟଙ୍କା ହୋଇଥିବା ବେଳେ ପୂର୍ବାଞ୍ଚଳର ୬୧୪ ବିଧାୟକଙ୍କ ହାରାହାରି ବାର୍ଷିକ ଆୟ ସର୍ବନିମ୍ନ ୮.୫ ଲକ୍ଷ ଟଙ୍କା। ରିପୋର୍ଟ ଆହୁରି ଦର୍ଶାଇଛି ଯେ ଛତିଶଗଡ଼ର ୬୩ ବିଧାୟକଙ୍କ ବାର୍ଷିକ ହାରାହାରି ଆୟ ସର୍ବନିମ୍ନ ୫.୪ ଲକ୍ଷ ଟଙ୍କା। ଅନ୍ୟପକ୍ଷରେ ଦକ୍ଷିଣାଞ୍ଚଳ ରାଜ୍ୟର ୭୧୧ ବିଧାୟକଙ୍କ ବାର୍ଷିକ ଆୟ ସର୍ବାଧିକ ୫୧.୯୯ ଲକ୍ଷ ଟଙ୍କା। ତେବେ ୯୪୧ ବିଧାୟକ ସେମାନଙ୍କ ଆୟ ଘୋଷଣା କରିନଥିବାରୁ ସେମାନଙ୍କ ବାର୍ଷିକ ହାରାହାରି ଆୟ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର