ଦଳୀୟ ସାଂସଦଙ୍କୁ ମୋଦୀଙ୍କ ନିର୍ଦ୍ଦେଶ- ଜନସଂପର୍କ ବଢାଅ, ସୋସିଆଲ ମିଡିଆ ଉପରେ ଫୋକସ କର

ନୂଆଦିଲ୍ଲୀ : ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଓ ଚଳିତ ବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସ୍ତୁତିର ସମୀକ୍ଷା କରିଦେଇଛନ୍ତି । ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ରାଜ୍ୟସଭା ସାଂସଦମାନଙ୍କ ସହ ଜଳଖିଆ ବୈଠକ କରି ଆଲୋଚନା କରିଛନ୍ତି ।

ରାଜ୍ୟସଭାରେ ବିଜେପିର ୯୨ ସାଂସଦ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦମାନଙ୍କୁ ରାଜ୍ୟ ଅନୁଯାୟୀ ସାକ୍ଷାତ କରିବାକୁ ଆମନ୍ତ୍ରଣ କରିଥିଲେ। ତୃଣମୂଳ ସ୍ତରରେ କାମ କରିବା, ଲୋକଙ୍କ ସହ ସଂପର୍କ ବୃଦ୍ଧି କରିବା, ସୋସିଆଲ ମିଡିଆ ଓ ଡିଜିଟାଲ ମିଡିଆରେ ନିଜର ଉପସ୍ଥିତି ଜାହିର କରିବା ସହ ଫଲୋଅର ସଂଖ୍ୟା ବଢାଇବାକୁ ମୋଦୀ ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟସଭା ସାଂସଦମାନଙ୍କୁ ନିଜ ନିଜ କ୍ଷେତ୍ରର ବିକାଶରେ ଅଂଶୀଦାର ହେବାକୁ କହିଛନ୍ତି । ନିୟମିତ ଭାବରେ କ୍ଷେତ୍ର ପରିଦର୍ଶନ କରିବାକୁ କୁହାଯାଇଛି । ସ୍ଥାନୀୟ ଲୋକମାନେ ଯେପରି ସାଂସଦଙ୍କ  ପରିଦର୍ଶନ ସଂପର୍କରେ ଜାଣିପାରିବେ ତାହାର ବ୍ୟବସ୍ଥା କରିବାକୁ କୁହାଯାଇଛି ।

କେନ୍ଦ୍ର ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଭଲଭାବରେ ପ୍ରଚାର କରିବାର ଆବଶ୍ୟକତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଯାହାଫଳରେ ଲୋକମାନଙ୍କ ମଧ୍ୟରେ ସରକାରଙ୍କ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରିବେ । ସାଂସଦମାନଙ୍କୁ ମଧ୍ୟ ସବୁବେଳେ ସଂସଦରେ ଉପସ୍ଥିତ ରହିବାକୁ ଏବଂ ବିତର୍କ ଏବଂ ଆଲୋଚନା ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର