କେଦାରନାଥ, ବଦ୍ରିନାଥରେ ମୋଦୀଙ୍କ ପୂଜାର୍ଚ୍ଚନା‌; ରୋପ୍‌ୱେ ପ୍ରକଳ୍ପର ଶିଳାନ୍ୟାସ

ଡେରାଡୁନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାରଠାରୁ ୨ ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। ଗସ୍ତର ପ୍ରଥମ ଦିନରେ ମୋଦୀ ଶୁକ୍ରବାର ଦିନ ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରରେ ରୁଦ୍ରାଭିଷେକ କରିଛନ୍ତି। କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବାପରେ ମୋଦୀ ଗୌରୀକୁଣ୍ଡ- କେଦାରନାଥ ରୋପ୍‌ୱେ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ରୋପ୍‌ୱେ ପ୍ରକଳ୍ପ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ୧୨୬୭ କୋଟି ଟଙ୍କା ବିନିମୟରେ ନିର୍ମାଣ ହେବ।

ଉତ୍ତରାଖଣ୍ଡର ପାରମ୍ପରିକ ପୋଷାକ ପିନ୍ଧି ମୋଦୀ ଶୁକ୍ରବାର ଦିନ କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ମୋଦୀଙ୍କ ସହ ଆଜି ରାଜ୍ୟପାଳ ଗୁରମିତ ସିଂହ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉପସ୍ଥିତ ଥିଲେ। କେଦାରନାଥ ପରେ ମୋଦୀ ଚାମୋଲି ଜିଲ୍ଲାର ବଦ୍ରିନାଥ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ହେବାପରେ ମୋଦୀ ଆଜି ଷଷ୍ଠ ଥର ପାଇଁ କେଦାରନାଥ ଯାଇଛନ୍ତି ଏବଂ ଦ୍ବିତୀୟ ଥର ପାଇଁ ବଦ୍ରିନାଥ ଯାଇଛନ୍ତି। ମୋଦୀଙ୍କ ଗସ୍ତ ଅବସରରେ ଆଜି ଉଭୟ କେଦାରନାଥ ଏବଂ ବଦ୍ରିନାଥ ମନ୍ଦିରରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା।

ସମ୍ବନ୍ଧିତ ଖବର