ଲକ୍‌ଡାଉନ୍‌ ସମୟରେ ପୋଖରୀରୁ ମାଛ ଧରିବା ପାଇଁ ବଂଶୀ ପକାଇଲା ବେଳେ ମିଳିଲା ୫୦୦ ଓ ୨୦୦୦ଟଙ୍କିଆ ନୋଟ ଭର୍ତ୍ତି ଥଳି

ଖଣ୍ଡଓ୍ଵା: ମାଛ ଧରିବା ପାଇଁ ପୋଖରୀ ଭିତରକୁ ବଂଶୀ ପକାଇବା ବେଳେ ସେଥିରେ ମାଛ ପରିବର୍ତ୍ତେ ବିପୁଳ ପରିମାଣରେ ଟଙ୍କା ଭର୍ତ୍ତି ଏକ ଥଳି ମିଳିବାର ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏହି ଥଳିରେ ୫୦୦ ଓ ୨୦୦୦ଟଙ୍କିଆ ନୋଟ ଥିବା ଦେଖିବାକୁ ମିଳିଛି। ପୋଖରୀରୁ ଟଙ୍କା ମିଳିବା ଖବର ପାଇବା ପରେ ପୋଖରୀ ନିକଟରେ ଗ୍ରାମବାସୀଙ୍କ ପ୍ରବଳ ଭିଡ ଜମି ଯାଇଥିଲା। ଏହାର ସୂଚନା ଗ୍ରାମବାସୀ ପୁଲିସକୁ ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ମିଳିଥିିବା ୧୨ଟି ୫୦୦ଟଙ୍କିଆ ଓ ୨ଟି ୨୦୦୦ଟଙ୍କିଆ ନୋଟକୁ ସାନିଟାଇଜ କରି ଜବତ କରି ନେଇଛି।

Natural Pond Muck Removal & Lake Muck Removal Solution by CLEAN-FLO
CLEAN-FLO

ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଖଣ୍ଡଓ୍ଵା ଜିଲ୍ଲା ପନ୍ଧାନା ଥାନା ଅଞ୍ଚଳସ୍ଥ ଆରୁଦ ଗ୍ରାମରେ ଘଟିଛି। ଋଷି କନାଡେ ନାମକ ଜଣେ ଗ୍ରାମବାସୀଙ୍କ କହିବାନୁସାରେ, ଗତ ସୋମବାର ସକାଳେ ଜଣେ ଗାଡ଼ି ଚାଳକ ପୋଖରୀ ଭିତରକୁ କିଛି ଫିଙ୍ଗି ଦେଇଯାଇଥିବା ସେ ସକାଳ ଭ୍ରମଣରେ ଯାଉଥିବା ସମୟରେ ଦେଖିଥିଲେ। କିନ୍ତୁ ଏହାକୁ ସେ ଏତେ ଗମ୍ଭୀର ଭାବେ ନେଇ ନଥିଲେ। ଋଷି ପ୍ରାତଃ ଭ୍ରମଣ ସାରି ଘରକୁ ଫେରୁଥିବା ବେଳେ ପୋଖରୀ ନିକଟରେ ଭିଡ଼ ଜମିଥିବା ଦେଖିବାକୁ ପାଇଥିଲେ। ପାଖକୁ ଯାଇ ଜାଣିବାକୁ ପାଇଲେ କି ପୋଖରୀ ଭିତରୁ ଏକ କପଡ଼ାରେ ଗୁଡ଼ାଇ ହୋଇଥିବା ବିପୁଳ ପରିମାଣର ଟଙ୍କା ମିଳିଛି।

Banjo Minnow Pond Fishing - YouTube
YouTube

ମାଛ ଧରିବାକୁ ଯାଇଥିବା ମାଛଧରାଳୀ କାଳୁଙ୍କ ପୁଅ ଯେତେବେଳେ ପୋଖରୀ ଭିତରକୁ ବଂଶୀ କଣ୍ଟା ପକାଇଥିଲେ ଯେତେବେଳେ ସେହି କଣ୍ଟାରେ ମାଛ ପରିବର୍ତ୍ତେ ଏହି ଟଙ୍କା ଭର୍ତ୍ତି ଥଳି ମିଳିଥିଲା। ସେ ଭାବିଲେ ଏକ ବଡ଼ ମାଛ ଲାଗି ଯାଇଛି। ଧୀରେଧୀରେ ବଂଶୀକୁ ଉପରକୁ ଆଣିବା ପରେ ସେଥିରେ ଏକ ଥଳି ଲାଗିଥିବା ସେ ଦେଖିବାକୁ ପାଇଥିଲେ।

ସେହି ପୁଟୁଳିକୁ ଖୋଲି ଦେବା ପରେ ସେଥିରେ ବିପୁଳ ପରିମାଣର ୫୦୦ ଓ ୨୦୦୦ଟଙ୍କିଆ ନୋଟ ଥିବା ଦେଖିବାକୁ ମିଳିଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଟଙ୍କାଗୁଡ଼ିକୁ ଜବତ କରି ନେଇଛି। ତେବେ ଜବତ ହୋଇଥିବା କିଛି ଟଙ୍କା ଜଳି ଯାଇଥିବା ବି ଜଣାପଡ଼ିଛି। ଟଙ୍କା ଏପରି ଭାବରେ କିଏ ଓ କାହିଁକି ପିଙ୍ଗି ଦେଇ ଚାଲି ଯାଇଛି, ତାହାକୁ ନେଇ ପୁଲିସ ଖୋଳତାଡ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର