ଟ୍ରେନ୍‌ରୁ ଓହ୍ଲାଇ ନିରାଶ୍ରୟ ଶ୍ରମିକ ବସ୍‌ରେ ଚଢ଼ୁଥିବା ବେଳେ କିପରି ଅଫିସର ମାରୁଛନ୍ତି ଗୋଇଠା, ଭିଡିଓ ଦେଖନ୍ତୁ

ପ୍ରତାପଗଡ଼: ଲକ୍‌ଡାଉନ୍‌ରେ ଲୋକଙ୍କ ରୋଜଗାର ଠପ୍‌ ହୋଇଯାଇଛି। ଏହି କାରଣରୁ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଫେରି ଆଣିବା ପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ତେଣୁ ବାରମ୍ବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରବାସୀ ଶ୍ରମିକଙ୍କ ସହିତ ସମ୍ମାନର ସହିତ ଉତ୍ତମ ବ୍ୟବହାର କରିବାକୁ ଅନୁରୋଧ କରି ଆସୁୁଛନ୍ତି। କିନ୍ତୁ ଏସବୁ ସତ୍ତ୍ୱେ କିଛି ଏଭଳି ଅଧିକାରୀ ଅଛନ୍ତି ଯେଉଁମାନେ ଏହାର ଖାତିର୍‌ କରୁ ନାହାନ୍ତି।

Lockdown: Teachers roped in to trace migrant workers in Gujarat ...
Deccan Herald

ଏମିତି ଏକ ଘଟଣା ୟୁପିର ପ୍ରତାପଗଡ଼ ଜିଲ୍ଲାରେ ନଜରକୁ ଆସିଛି। ଯେଉଁଠାରେ ରାଜସ୍ୱ ଅଧିକାରୀ ମହାରାଷ୍ଟ୍ରରୁ ଫେରିଥିବା ଶ୍ରମିକମାନଙ୍କୁ ଗୋଇଠା ମାରୁଥିବା ଦେଖିବାକୁ ମିଳିଛି। ରାଜସ୍ୱ ଅଧିକାରୀ ପ୍ରବାସୀ ଶ୍ରମିକଙ୍କୁ ଗୋଇଠା ମାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସାମଜବାଦୀ ପାର୍ଟିର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏହି ଭିଡିଓକୁ ଟୁଇଟ କରାଯାଇ ଲେଖାଯାଇଛି, ପ୍ରତାପଗଡ଼ର ପ୍ରବାସୀ ଶ୍ରମିକମାନେ ବସ୍‌ରେ ବସିବା ସମୟରେ ସେମାନଙ୍କ ସହିତ ଖରାପ ବ୍ୟବହାର କରାଯିବା ସହିତ ଗୋଇଠା ମାରିବା ଭଳି ଲଜ୍ଜାଜନକ ଘଟଣା ଘଟିଛି। ଏହି ଘଟଣାର ଅତ୍ୟନ୍ତ ନିନ୍ଦନୀୟ । ନିରାଶ୍ରୟ ଓ ଉପାୟଶୂନ୍ୟ ଥିବା ଶ୍ରମିକମାନଙ୍କ ସମ୍ମାନ ଯଦି କରି ପାରୁ ନାହଁ, ତେବେ ଅସମ୍ମାନ ବି କର ନାହିଁ। ଦୋଷୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

Gujarat: Bihar Migrant Worker Allegedly Beaten to Death in Surat ...
India.com

ମହାରାଷ୍ଟ୍ରରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଗତ ସୋମବାର ସନ୍ଧ୍ୟାରେ ଶ୍ରମିକମାନେ ପ୍ରତାପଗଡ଼ରେ ଆସି ପହଞ୍ଚିଥିଲେ। ବସ୍‌ରେ ଶ୍ରମିକମାନେ ଧାଡ଼ିଧାଡ଼ି ହୋଇ ଚଢ଼ିବା ସମୟରେ ଜଣେ ଶ୍ରମିକ ଧାଡ଼ିରୁ ଟିକେ ବାହରି ଯାଇଥିଲେ। ତେବେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ରାଜସ୍ୱ ଅଧିକାରୀ (ସିଆର୍‌ଓ) ଶ୍ରୀରାମ ଯାଦବ ସେହି ଶ୍ରମିକଙ୍କୁ ଗୋଇଠା ମାରିବା ସହିତ ଗାଳିଗୁଲଜ ବି କରିଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି।

ସମ୍ବନ୍ଧିତ ଖବର