ରାସ୍ତାରୁ ଉଦ୍ଧାର ହୋଇଥିବା ନବଜାତ ହାତରୁ ମିଳିଲା ଚିଠି, ଲେଖା‌ଥିଲା ଏଭଳି ଭାବବିହ୍ବଳ କଥା

ୱାସିଂଟନ: ଜଣେ ମା ପାଇଁ ତାର ପିଲା ସବୁକିଛି ହୋଇଥାଏ। କିନ୍ତୁ ବେଳେବେଳେ ମା’ର ପରିସ୍ଥିତି ଏପରି ହୋଇଥାଏ ଯେ ସେ ଚାହୁଁ ନଥିଲେ ମଧ୍ୟ ନିଜ ଛୁଆକୁ ନିଜ ଠାରୁ ଦୂରେଇ ଦେଇଥାଏ। ଆମେରିକାର ଆଲାସ୍କାଠାରେ ଏଭଳି ଏକ ଦୁୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜଣେ ମହିଳା ନିଜ ପିଲାକୁ ଏକ କାର୍ଡବୋର୍ଡ ବାକ୍ସରେ ଭର୍ତ୍ତି କରି ରାସ୍ତାରେ ଛାଡି ଦେଇ ଚାଲିଯାଇଥିଲେ। ଏଥିସହିତ ପିଲାଟିର ହାତରେ ଏକ ଚିଠି ମଧ୍ୟ ଧରାଇ ଦେଇଥିଲେମା’। ଏହି ଚିଠିରେ ଶିଶୁର ମା’ ନିଜର ଅସହାୟ କଥାକୁ ଉଲ୍ଲେଖ କରିଥିଲେ।

अपने एक दिन के बच्चे को सड़क पर छोड़ने को मजबूर हुई मां, पत्र में बयां की बेबसी

ପ୍ରକାଶିତ ରିପୋର୍ଟ ମୁତାବକ, ଜଣେ ମହିଳା ନିଜର ନବଜାତକୁ ହାଡଭଙ୍ଗା ଶୀତରେ ଛାଡ଼ି ଚାଲି ଯାଇଥିଲେ। ଯେଉଁ ସମୟରେ ଏହି ଶିଶୁ ଉଦ୍ଧାର ହୋଇଥିଲା ତାପମାତ୍ରା ମାଇନସ୍ ୧୨ ଡିଗ୍ରି ସେଲସିୟସ୍ ଥିଲା। ନବଜାତ ଯେଉଁ ଦିନ ଜନ୍ମ ହୋଇଥିଲା ସେହିଦିନ ହିଁ ତାର ମା’ତାକୁ ରାସ୍ତାରେ ଛାଡ଼ି ଚାଲି ଯାଇଥିଲେ। ଡିସେମ୍ବର ୩୧  ନୂଆ ବର୍ଷର ଗୋଟିଏ ଦିନ ପୂର୍ବରୁ ଅନ୍ୟ ଜଣେ ମହିଳା ଏହି ପିଲାକୁ କାର୍ଡବୋର୍ଡ ବାକ୍ସରେ ପାଇଥିଲେ । ପିଲାଟିର ହାତରେ ଏକ ଚିଠି ମଧ୍ୟ ରହିଥିଲା । ଯେଉଁଥିରେ ତାର ମା’ ଲେଖିଥିଲେ ଯେ ସେ ତାଙ୍କ ଶିଶୁକୁ ଖାଇବାକୁ ଦେଇ ପାରିବେ ନାହିଁ। ସେଥିପାଇଁ ତାକୁ ରାସ୍ତାରେ ଛାଡ଼ି ଯିବାକୁ ବାଧ୍ୟ ହେଉଛନ୍ତି।

ଉଦ୍ଧା‌ର ପରେ ଶିଶୁକୁ ନିକଟସ୍ଥ ଇଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁର ହାତରେ ମିଳିଥିବା ଚିଠିରେ ଏହା ଲେଖାଯାଇଛି କି, ‘ମୋତେ ସାହାଯ୍ୟ କର, ମୁଁ ଡିସେମ୍ବର ୩୧ରେ ଜନ୍ମ ହୋଇଥିଲି । ମୋତେ ଖାଇବାକୁ ଦେବା ପାଇଁ ମୋର ପିତାମାତା ଏବଂ ଜେଜେବାପାଙ୍କ ପାଖରେ ଟଙ୍କା ନାହିଁ । ମୋ ମା ବହୁତ ଦୁଃଖୀ। କେହି ଜଣେ ମୋତେ ସାଙ୍ଗରେ ନେଇଯାଅ। ଯାହାଫଳରେ ମୁଁ ବି ଏକ ଭଲ ପରିବାର ପାଇ ପାରିବି, ମୋର ପିତାମାତା ଆପଣଙ୍କୁ ପ୍ରାର୍ଥନା କରୁଛନ୍ତି, ମୋର ନାମ ତେଶାଭାନ୍ ।’

ଏଥି ସହିତ ଶିଶୁର ଭିଡିଓ ସେୟାର କରିଥିବା ଲେନ ଫେସବୁକରେ ଲେଖିଛନ୍ତି ଯେ ଶିଶୁର ପିତାମାତା ଆଲାସ୍କାର ସେଫ୍ ହେଭେନ ଆଇନ ବିଷୟରେ ଅବଗତ ନଥିବେ। ଯେଉଁଥିରେ ଯଦି ଜଣେ ପିତାମାତା ନିଜ ପିଲାକୁ ରଖିବାକୁ ଚାହୁଁନାହାଁନ୍ତି, ତେବେ ସେମାନେ ଶିଶୁକୁ ନିକଟସ୍ଥ ଡାକ୍ତରଖାନା, ଚର୍ଚ୍ଚ, ପୁଲିସ କିମ୍ବା ଅଗ୍ନିଶମ କେନ୍ଦ୍ରକୁ ଯାଇ ଦେଇ ପାରିବେ।

 

ସମ୍ବନ୍ଧିତ ଖବର