ପରିବାରଲୋକ ବିବାହ ପାଇଁ କନ୍ୟା ଖୋଜାରେ ବ୍ୟସ୍ତ ଥିବା ବେଳେ ହଠାତ୍‌ ପୁଅର ଆସିଲା ସହିଦ ଖବର

ଲଦାଖ: ଗତ ସୋମବାର ରାତିରେ ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଥିଲେ। ସହିଦ ହୋଇଥିବା ୨୦ଜଣ ଯବାନଙ୍କ ତାଲିକାରେ ଝାଡ଼ଖଣ୍ଡର ଗଣେଶ ହାସଦାଙ୍କ ନାମ ରହିଛି। ସହିଦ ଗଣେଶ ହାସଦା ପୂର୍ବ ସିଂହଭୂମ ଜିଲ୍ଲାର ବହରାଗୋଡ଼ା ଜିଲ୍ଲାରେ ବସବାସ କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମରାଣ୍ଡି ସୂଚନା ଦେଇଛନ୍ତି।

ସହିଦ ଗଣେଶ ଦୁଇବର୍ଷ ପୂର୍ବେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ମାତ୍ର ୨୩ବର୍ଷ ବୟସରେ ସେ ଦେଶ ପାଇଁ ନିଜ ଜୀବନକୁ ବଳି ଦେଇ ଦେଇଛନ୍ତି। ଗଣେଶଙ୍କ ବିବାହ ହୋଇ ନଥିବାରୁ ପରିବାରଲୋକ ତାଙ୍କ ପାଇଁ କନ୍ୟା ଖୋଜିବାରେ ବ୍ୟସ୍ତ ଥିଲେ। ସାନ ପୁଅର ବିବାହ ପାଇଁ ଗଣେଶଙ୍କ ପରିବାରଲୋକ ମଧ୍ୟରେ ଉତ୍ସାହ ଭରି ଯାଇଥିଲା। ଏଭଳି ଖୁସିର ସମୟରେ ହଠାତ ପୁଅର ସହିଦ ଖବର ଶୁଣିବା ପରେ ପରିବାରଲୋକଙ୍କ ଉପରେ ଦୁଃଖର ପାହଡ ଭାଙ୍ଗି ପଡ଼ିଛି।

ଭାରତ-ଚୀନ୍‌ ସୀମାରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଘଟଣାରେ ଚୀନ ସେନାର କେତେ ଜଣ ଯବାନ ମୃତ ଓ ଆହତ ହୋଇଛନ୍ତି ସେନେଇ ଚୀନ କୌଣସି ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ଚୀନର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍‌ସର ସମ୍ପାଦକ ଏ ସମ୍ପର୍କରେ ଟୁଇଟ କରିଛନ୍ତି ।

ଗ୍ଲୋବାଲ ଟାଇମ୍‌ସର ସମ୍ପାଦକ ହୁ ସିଜିନ୍‌ ଟୁଇଟ କରି ଲେଖିଛନ୍ତି- ସୀମାରେ ହୋଇଥିବା ମୁହାଁମୁହିଁରେ ଚୀନ ସେନାର ଯବାନ ଆହତ ହୋଇଛନ୍ତି । ଏହି ହାତାହାତିରେ କେତେ ଜଣ ଚୀନ ଯବାନ ମରିଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ଦେଇ ନଥିଲେ ବି ଅନେକ ଯବାନ ଆହତ ହୋଇଥିବା ସେ ଲେଖିଛନ୍ତି । ଗ୍ଲୋବାଲ ଟାଇମ୍‌ସ ହେଉଛି ଚୀନରେ ଶାସନ କରୁଥିବା କମ୍ପୁନିଷ୍ଟ ପାର୍ଟିର ଅଫିସିଆଲ୍‌ ଖବରକାଗଜ।

ସମ୍ବନ୍ଧିତ ଖବର