ଭୂତାଣୁ ତଡି଼ବା ପାଇଁ ମାଉଥ୍‌ୱାସ୍‌

ନୂଆଦିଲ୍ଲୀ: କ୍ଲୋରେକ୍ସିଡିନ୍ ନାମକ ମାଉଥ୍‌ୱାସ୍‌ ବ୍ୟବହାର ଦ୍ବାରା କୋଭିଡ୍–୧୯ ସଂକ୍ରମଣକୁ ରୋକିହେବ ବୋଲି ଦକ୍ଷିଣ କୋରିଆ ଭେଷଜ ବିଶ୍ବବିଦ୍ୟାଳୟର ଗବେଷକମାନେ ଦାବି କରିଛନ୍ତିା ଭାରତର ପ୍ରମୁଖ ମୁଖସ୍ବାସ୍ଥ୍ୟ ସାମଗ୍ରୀ ପ୍ରସ୍ତୁତକର୍ତ୍ତା ଆଇସିପିଏ ହେଲ୍ଥ ପ୍ରଡକ୍ଟସ ଲି. ଦ୍ବାରା ପ୍ରସ୍ତୁତ ଏହି ମାଉଥ୍‌ୱାସ୍‌ ବିଶ୍ବର ୩୫ଟି ଦେଶରେ ବହୁଳ ପ୍ରଚଳିତ। ତେବେ କୋରିଆ ଗବେଷକମାନଙ୍କ ଅନୁଧ୍ୟାନ ଅନୁଯାୟୀ, ଏହି ମାଉଥ୍‌ୱାସ୍‌ ବ୍ୟବହାର କରିବାର ଦୁଇ ଘଣ୍ଟା ଭିତରେ ପାଟି ଭିତରେ ମୁଖ୍ୟତଃ ଜିଭରେ ମାଡ଼ି ରହିଥିବା ଭୂତାଣୁଗୁଡି଼କର ଅନ୍ତ ଘଟୁଛିା ଯେହେତୁ କରୋନାଭୂତାଣୁ ସାର୍ସ–କୋଭ୍–୨ ଆମ ଲାଳରେ ହିଁ ଅଧିକ ରହିଥାଏ, ତେଣୁ ଏହି ମାଉଥ୍ୱାସ୍‌ ବ୍ୟବହାର ଦ୍ବାରା ମଧ୍ୟ ତାହାକୁ ଏଡା଼ଯାଇପାରିବ ବୋଲି ସେମାନେ ପରୀକ୍ଷାନିରୀକ୍ଷା ଚଳାଇଥିଲେ।

ମୁଖ୍ୟତଃ ଜଣେ କରୋନା ସଂକ୍ରମିତ ଛିଙ୍କିବା ବା କାହା ସହ କଥା ହେଲା ବେଳେ ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ଏହି ମାଉଥ୍ୱାସ୍‌ ବ୍ୟବହାର ଦ୍ବାରା ମୁଖଗହ୍ବରରୁ କରୋନାଭୂତାଣୁଙ୍କ ସଂକ୍ରମଣ ଯଥେଷ୍ଟ କମିଥିବା ସେମାନେ ଜାଣିପାରିଛନ୍ତିା ସେମାନଙ୍କ ପରାମର୍ଶ ଅନୁଯାୟୀ, ମାତ୍ର ୧୦ ମି.ଲି.ର ମାଉଥ୍‌ୱାସ୍‌କୁ ପାଟିରେ ରଖି ୩୦ ସେକେଣ୍ତ୍ ଯାଏ କୁଳୁକୁଳୁ କରିବା ଦ୍ବାରା ଦୁଇ ଘଣ୍ଟା ଯାଏ ଆଉ କରୋନା ସଂକ୍ରମଣ ହେବନାହିାଁ ତେଣୁ ପ୍ରତି ଦୁଇ ଘଣ୍ଟାରେ ଏପରି ବ୍ୟବହାର କରିବାକୁ ହେବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର