ନୂଆଦିଲ୍ଲୀ: ‘କ୍ୟାପ୍ଟେନ୍ କୁଲ୍’ ଭାବେ ପରିଚିତ ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଙ୍ଗଳବାର ଦିନ ତାଙ୍କ ଜୀବନର ଏକ ଏକାନ୍ତ ଗୋପନ ରହସ୍ୟର ଖୁଲାସା କରିଛନ୍ତି। ଧୋନିଙ୍କ ଏହି ଖୁଲାସା ବାବଦରେ ଜାଣିଲେ ଆପଣ ମଧ୍ୟ ହୋଇଯିବେ ତଟସ୍ଥ। କାରଣ, ପ୍ରେମ ବିବାହ କରିଥିବା ଲାଜକୁଳା ସ୍ୱଭାବର ‘କ୍ୟାପ୍ଟେନ୍ କୁଲ୍’ ଧୋନିଙ୍କର ବି ଥିଲେ ଜଣେ ‘କ୍ରସ୍’ (ପ୍ରଥମ ଦେଖାରେ ଯାହାଙ୍କ ସହ ଲାଗି ଯାଏ ହୃଦୟ)। ଆଉ ସେଇ ‘କ୍ରସ୍’ ଜଣକ ସାକ୍ଷୀ ନୁହନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମଙ୍ଗଳବାର ରାତିରେ ଗଲଫ୍ ଅଏଲ୍ ପକ୍ଷରୁ ଆୟୋଜିତ ଏକ ବିଜ୍ଞାପନ ଭିିତ୍ତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ଅବସରରେ ‘କ୍ୟାପ୍ଟେନ୍ କୁଲ୍’ ଧୋନି କହୁ କହୁ କହିପକାଇଛନ୍ତି ତାଙ୍କ ଜୀବନର ଏଇ ଗୋପନ ରହସ୍ୟ ବାବଦରେ। ଉତ୍ସବରେ ଯେତେବେଳେ ଧୋନିଙ୍କୁ ପଚରାଗଲା ଯେ ଆପଣଙ୍କର ପ୍ରଥମ ‘କ୍ରସ୍’ କିଏ? ସେତେବେଳେ ଏସବୁର ପ୍ରଚଳନ ନଥିଲା ବୋଲି କହିବା ସହ ଏହାକୁ ଏଡ଼ାଇ ଯିବାକୁ ଚେଷ୍ଟା କରିଥିଲେ ଧୋନି। ହେଲେ, ଚାଲାକ, ଚତୁର ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନ ବାଣରେ ହଡ଼ବଡ଼େଇ ଯାଇ ‘କ୍ୟାପ୍ଟେନ୍ କୁଲ୍’ ଧୋନି ଶେଷରେ ତାଙ୍କ ପାଟିରୁ ଖସାଇ ଦେଇଥିଲେ ତାଙ୍କ ଜୀବନର ସେଇ ଗୋପନ ରହସ୍ୟ, ତାଙ୍କ ଜୀବନର ପ୍ରଥମ ‘କ୍ରସ୍’ଙ୍କ ନାମ। ହଁ! ‘କ୍ୟାପ୍ଟେନ୍ କୁଲ୍’ ଧୋନିଙ୍କର ବି ଥିଲେ ଜଣେ ପ୍ରଥମ ‘କ୍ରସ’। ସେ ପୁଣି ଜଣେ ଯୁବତୀ, ଆଉ ତାଙ୍କ ନାମ ସ୍ୱାତୀ। ପ୍ରଥମ ଓ ଶେଷ ଥର ପାଇଁ ସ୍ୱାତୀଙ୍କୁ ଭେଟିଥିଲେ ‘କ୍ୟାପ୍ଟେନ୍ କୁଲ୍’ ଧୋନି ଦ୍ୱାଦଶ ଶ୍ରେଣୀ ଛାତ୍ର ଥିବାବେଳେ ଭେଟିଥିଲେ ୧୯୯୯ ମସିହାରେ।
ଶେଷରେ ‘କ୍ୟାପ୍ଟେନ୍ କୁଲ୍’ ଧୋନି ଯେତେବେଳେ ଜାଣିଲେ ଯେ ସେ ପ୍ରକାଶ କରି ସାରିଛନ୍ତି, ତାଙ୍କ ପ୍ରଥମ ‘କ୍ରସ୍’ର ନାମ ସେତେବେଳେ ସେ ଏକଥା ସାକ୍ଷୀଙ୍କୁ ନ ଜଣାଇବାକୁ ଅନୁରୋଧ କରିଥିଲେ ପ୍ରଶ୍ନକର୍ତ୍ତାଙ୍କୁ।