ବିଶ୍ୱର ୧୦ ଜଣ ଶ୍ରେଷ୍ଠ ଧନୀଙ୍କ ତାଲିକାରେ ମୁକେଶ ଅମ୍ବାନୀଙ୍କ ନାଁ

ମୁମ୍ବାଇ: ‘ହୁରୁନ୍‌’ ଗ୍ଲୋବାଲ୍‌ ରିଚ୍‌ ତାଲିକା ୨୦୧୯ ତଥ୍ୟ ଅନୁସାରେ, ୩. ୮୩ ଲକ୍ଷ କୋଟି ସମ୍ପତ୍ତିର ମାଲିକ ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବିଶ୍ୱର ୧୦ ଜଣ ସର୍ବ ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାଭୁକ୍ତ ହୋଇଛନ୍ତି।

କ୍ରମାଗତ ଦ୍ୱିତୀୟ ବର୍ଷ ଲାଗି ତାଲିକାର ସର୍ବଗ୍ରେ ରହିଛନ୍ତି ଆମାଜନ୍‌ର ମୁଖ୍ୟ ଜେଫ୍‌ ବେଜସ୍‌। ତାଲିକାର ୮ମ ସ୍ଥାନରେ ରହିଛନ୍ତି ୫୪ ବିଲିୟନ୍‌ ଆମେରିକୀୟ ଡଲାର୍‌ (ଭାରତୀୟ ଟଙ୍କାରେ ପ୍ରାୟ ୩. ୮୩ ଲକ୍ଷ କୋଟି) ସମ୍ପତ୍ତି ଥିବା ମୁକେଶ ଅମ୍ବାନୀ।

ରିଲାଏନ୍‌ସ୍‌ ମାଲିକାନାର ପ୍ରାୟ ୫୨% ରହିଛି ମୁକେଶଙ୍କ ପାଖରେ। ଶ୍ରେଷ୍ଠ ୧୦ ତାଲିକାରେ ଥିବା ଏକମାତ୍ର ବ୍ୟକ୍ତି ହେଉଛନ୍ତି ଅମ୍ବାନୀ।
‘ହୁରୁନ୍‌’ର ଅଧ୍ୟୟନରୁ ଜଣାପଡ଼ିଛି ଯେ ଗୋଟିଏ ବର୍ଷରୁ କମ୍‌ ସମୟ ମଧ୍ୟରେ ୨୮ ଜଣ କମି ଯାଇ ଭାରତୀୟ ବିଲିୟନେରିଙ୍କ ସଂଖ୍ୟା ୧୦୪ ଜଣକୁ ଖସି ଆସିଛି। ପ୍ରତ୍ୟେକରୁ ୧୮, ୧୫ ଓ ୧୦ ଜଣ ବିଲିୟନେରି ଥାଇ ଫାର୍ମାସ୍ୟୁଟିକାଲ୍‌, ଟିଏମ୍‌ଟି ଏବଂ ଏଫ୍‌ଏମ୍‌ସିଜି କ୍ଷେତ୍ର ଅଗ୍ରଣୀ ରହିଛି। ୪୨ ଓ ୨୫ ଜଣ ବିଲିୟନେରି ଥାଇ ଯଥାକ୍ରମେ ମୁମ୍ବାଇ ଓ ନୂଆଦିଲ୍ଲୀ ଦେଶର ବିଲିୟନେରି ରାଜଧାନୀ ହୋଇ ପାରିଛି।

ଫେସ୍‌ବୁକ୍‌ର ମାର୍କ ଜୁକରବର୍ଗ ୮୦ ବିଲିୟନ୍‌ ଆମେରିକୀୟ ଡଲାର ସମ୍ପତ୍ତିର ମାଲିକ ହୋଇ ଏହି ତାଲିକାର ୫ମ ସ୍ଥାନରେ ଅଛନ୍ତି।

ବିଶ୍ୱର ସର୍ବଶ୍ରେଷ୍ଠ ୧୦୦ ଧନୀ ତାଲିକାରେ ଥିବା ଅନ୍ୟ ଭାରତୀୟମାନେ ହେଲେ ହନ୍ଦୁଜା ଗ୍ରୁପ୍‌ର ଅଧ୍ୟକ୍ଷ ଏସ୍‌ପି ହିନ୍ଦୁଜା (୨୧ ବିଲିୟନ୍‌ ଆମେରିକୀୟ ଡଲାର୍‌), ଓ୍ଵିପ୍ରୋ ଅଧ୍ୟକ୍ଷ ଆଜିମ୍‌ ପ୍ରେମ୍‌ଜି ((୧୭ ବିଲିୟନ୍‌ ଆମେରିକୀୟ ଡଲାର୍‌) ଓ ସାଇରସ୍‌ ଏସ୍‌ ପୁଲାଓ୍ଵାଲା ((୧୩ ବିଲିୟନ୍‌ ଆମେରିକୀୟ ଡଲାର୍‌)।

ସମ୍ବନ୍ଧିତ ଖବର