ପ୍ରତିଦିନ ସକାଳୁ ଖାଲି ପେଟରେ ପିଅନ୍ତୁ ହଳଦୀ ମିଶ୍ରିତ ଗରମ ପାଣି, ଦୂରେଇ ଯିବ ଅନେକ ରୋଗ

ଖାଦ୍ୟରେ ହଳଦୀ ବ୍ୟବହାର କରିବା ଓ ଦେହରେ-ମୁହଁରେ ଲଗାଇବା ପରି ଗରମ ପାଣିରେ ହଳଦୀ ମିଶାଇ ପିିଇବାରେ ବି ରହିଛି ଭିନ୍ନ ଫଳ। ସକାଳୁ ଖାଲି ପାଟିରେ ୧ ଗ୍ଲାସ୍‌ ଗରମ ପାଣିରେ ହଳଦୀ ଗୁଣ୍ଡ ମିଶାଇ ପିଇବା ଦ୍ୱାରା ବିଭିନ୍ନ ଲାଭ ମିଳିଥାଏ।

: ହଳଦୀରେ ବାକ୍ଟେରିଆ ନାଶକ ଗୁଣ ରହିଛି। ସକାଳୁ ଖାଲି ପେଟରେ ହଳଦୀ ଗରମ ପାଣି ପିଇବା ଦ୍ୱାରା ପେଟ ସଫା ରହିଥାଏ ଓ ରୋଗ ହେବାର ଆଶଙ୍କା କମ୍‌ ହୋଇଥାଏ।

: ହଳଦୀ ମସ୍ତିଷ୍କକୁ ବି ସୁରକ୍ଷା ଦିଏ। ମସ୍ତିଷ୍କ ଜନିତ ଓ କୌଣସି ପ୍ରକାରର ବାର୍ଦ୍ଧକ୍ୟ ରୋଗକୁ ଖାଲି ପେଟରେ ହଳଦୀ ଗରମ ପାଣି ପିଇବା ଦ୍ୱାରା ଦୂରେଇ ଦେଇ ହୁଏ।

: ହଳଦୀରେ କର୍କଟ ରୋଗ ସହ ଲଢ଼ିବାର ସାମର୍ଥ୍ୟ ମଧ୍ୟ ରହିଛି। ଏଥିରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ୍‌ ରହିଛି, ଯାହାକି ସେଲ୍‌କୁ ନଷ୍ଟ ହେବାରୁ ବଞ୍ଚାଏ।

: ହଳଦୀ ଗରମ ପାଣି ପିଇବା ଦ୍ୱାରା ହଜମ ଭଲ ହୋଇଥାଏ। ଏହା ଝାଡ଼ା ସଫା କରିବା ସହ ସମସ୍ତ ପ୍ରକାରର ପେଟ ରୋଗ ପାଇଁ ଉପକାରୀ ହୋଇଥାଏ।

: ଟାଇପ୍‌୨ ମଧୁମେହ ରୋଗୀମାନେ ନିଶ୍ଚୟ ହଳଦୀ ଗରମ ପିଇବା ଆବଶ୍ୟକ। ଏହା ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖେ।

: ମସ୍ତିଷ୍କ ସଂପର୍କିତ ରୋଗ ଭଲ କରିବା ସହ ଚେହେରାରେ ବୟସ୍କର ଛାପ ପଡ଼ିବାକୁ ଦିଏ ନାହିଁ। ତେଣୁ, ପ୍ରତିଦିନ ସକାଳୁ ଖାଲି ପେଟରେ ହଳଦୀ ଗରମ ପାଣି ପିିଇବାକୁ ଭୁଲନ୍ତୁନି।

ସମ୍ବନ୍ଧିତ ଖବର