ଆକାଶ-ଶ୍ଲୋକାଙ୍କ ବିବାହ ନିମନ୍ତ୍ରଣ ଦେବା ପାଇଁ ସିଦ୍ଧିବିନାୟକରେ ଅମ୍ବାନୀ ପରିବାର

ମୁମ୍ବାଇ : କିଛି ଦିନ ତଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଆ ଇଶା ଅମ୍ବାନୀ ଓ ବ୍ୟବସାୟୀ ଆନନ୍ଦ ପିରାମଲଙ୍କ ବିବାହ ବଡ଼ ଧୁମଧାମରେ ଅନୁଷ୍ଠିତ ହୋଇଥିଲା । ଝିଅର ବିବାହ ପରେ ଏବେ ପୁଅର ବିବାହ ପ୍ରସ୍ତୁତିରେ ଲାଗି ପଡ଼ିଲେଣି ଅମ୍ବାନୀ ପରିବାର । ପୂର୍ବରୁ ନିର୍ବନ୍ଧ ସରିଥିବା ବେଳେ ଏବେ ବିବାହ କାମକୁ ନେଇ ଅମ୍ବାନୀ ପରିବାର ବ୍ୟସ୍ତ ଥିବା ଜଣାପଡ଼ିଛି ।

BollywoodShaadis.com

ଏ ନେଇ ସେମାନେ ସିଦ୍ଧିବିନାୟକ ମନ୍ଦିରକୁ ବିବାହର ନିମନ୍ତ୍ରଣ ଦେବା ପାଇଁ ପହଞ୍ଚିଥିବା ଦେଖା ଯାଇଥିଲା । ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ ଏବଂ ପୁଅ ଅନନ୍ତଙ୍କ ସହ ମୁମ୍ବାଇର ସଦ୍ଧିବିନାୟକ ମନ୍ଦିରରେ ପହଞ୍ଚି ଆକାଶ ଏବଂ ଶ୍ଲୋକାଙ୍କ ବିବାହର ନିମନ୍ତ୍ରଣ ପତ୍ର ଦେଇଥିଲେ । ଇଶାଙ୍କ ବିବାହ ଖୁବ୍‌ ଧୁମ୍‌ଧାମ୍‌ରେ କରାଯାଇଥିବା ବେଳେ ଆକାଶଙ୍କ ବିବାହ ମଧ୍ୟ ବର୍ଷର ଚର୍ଚ୍ଚିତ ବିବାହ ହେବ ବୋଲି ଆଶା କରାଯାଉଛି । ସୂଚନା ମୁତାବକ, ମାର୍ଚ୍ଚ ୨୫,୨୦୧୮ରେ ଦୁହିଁଙ୍କର ଗୋଆରେ ନିର୍ବନ୍ଧ ହୋଇଥିଲା ।

ସମ୍ବନ୍ଧିତ ଖବର