ଆଟର୍ଣ୍ଣି ଜେନେରାଲ ହେବାକୁ ମନାକଲେ ମୁକୁଲ ରୋହତଗି

ନୂଆଦିଲ୍ଲୀ: ବରିଷ୍ଠ ଓକିଲ ମୁକୁଲ ରୋହତଗି ଭାରତ ସରକାରଙ୍କ ଆଟର୍ଣ୍ଣି ଜେନେରାଲ (ଏଜି) ହେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପୂର୍ବରୁ ପ୍ରକାଶିତ ଏକ ରିପୋର୍ଟରେ ସେ ଅକ୍ଟୋବର ପହିଲାରୁ ଏହି ଦାୟିତ୍ବ ନେବେ ବୋଲି କୁହାଯାଇଥିଲା। ରୋହତଗି ଜୁନ୍ ୨୦୧୪ରୁ ଜୁନ୍ ୨୦୧୭ ପର୍ଯ୍ୟନ୍ତ ଭାରତର ଆଟର୍ଣ୍ଣି ଜେନେରାଲ ଥିଲେ। ସରକାରଙ୍କ ପ୍ରସ୍ତାବ ଗ୍ରହଣ ନ କରିବାର କାରଣ ବିଷୟରେ ରୋହତଗିଙ୍କୁ ପଚରାଯାଇଥିବା ବେଳେ ସେ କହିଛନ୍ତି ଯେ ଏହା ପଛରେ ସେମିତି କିଛି ନିର୍ଦ୍ଦିଷ୍ଟ କାରଣ ନାହିଁ। ତେବେ ସେ ଏ ବାବଦରେ ଦ୍ବିତୀୟ ଥର ଚିନ୍ତା କରି ପ୍ରସ୍ତାବ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୯୧ ବର୍ଷୀୟ ‌କେକେ ବେଣୁଗୋପାଳ ବର୍ତ୍ତମାନ ଏଜି ଅଛନ୍ତି। ତାଙ୍କୁ ଗତ ଜୁନ୍ ୨୯ ତାରିଖରେ ଆଉ ତିନିମାସ ପାଇଁ ପୁନର୍ନିଯୁକ୍ତି ଦିଆଯାଇଥିଲା। ସେ ୨୦୧୭ ଜୁଲାଇରୁ ଏଜି ଭାବେ ନିଯୁକ୍ତି ପାଇଥିଲେ।

ସମ୍ବନ୍ଧିତ ଖବର