ଅମ୍ବାନୀଙ୍କ ଘର ପାଖରେ ବିସ୍ଫୋରକ ଭରା ଗାଡ଼ି ରଖିବାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ସଚିନ ବଜେ ଗିରଫ

ନୂଆଦିଲ୍ଲୀ: ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକଭରା ଗାଡ଼ି ରଖିବାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଏନ୍‌କାଉଣ୍ଟର୍‌ ସ୍ପେସାଲିଷ୍ଟ୍‍ ସଚିନ ବଜେଙ୍କୁ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି’ ଗିରଫ କରିଛି।

ଦୀର୍ଘ ୧୨ ଘଣ୍ଟା ଧରି ପଚରାଉଚୁରା କରିବା ପରେ ଶନିବାର ରାତି ୧୧.୫୦ରେ ବଜେଙ୍କୁ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି’ ଗିରଫ କରିଥିଲା। ଆଜି ତାଙ୍କୁ ଅଦାଲତରେ ହାଜର କରାଯିବ।

‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି’ଙ୍କ ମୁଖପାତ୍ରଙ୍କ କହିବା ଅନୁଯାୟୀ, ଫେବ୍ରୁଆରି ୨୫ ତାରିଖ ଦିନ କାର୍ମିକେଲ୍‌ ରୋଡ୍‌ ନିକଟରେ ବିସ୍ଫୋରକ ଭରା ଗାଡ଼ି ରଖିବାରେ ଭୂମିକା ଓ ସମ୍ପୃକ୍ତି ନିମନ୍ତେ ସଚିନ ବଜେଙ୍କୁ ଗିରଫ କରାଯାଇଛି।

Image Courtesy of NDTV

ଏଥିସହ, ଅମ୍ବାନୀଙ୍କ ଘର ନିକଟରୁ ମିଳିଥିବା ବିସ୍ଫୋରକ ଭରା ‘ସ୍କର୍ପିଓ’ ଗାଡ଼ିର ମାଲିକ ଥାନେର ବ୍ୟବସାୟୀ ମନସୁଖ ହିରନଙ୍କ ମୃତ୍ୟୁ ଘଟଣାରେ ମଧ୍ୟରେ ବଜେଙ୍କର ଭୂମିକା ଅଛି ବୋଲି ହେଉଥିବା ଅଭିଯୋଗର ତଦନ୍ତ ଚାଲିଛି।

‘ଏନ୍‌ଆଇଏ’ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଏକ ହ୍ଵାଟ୍‌ସ୍‌ଆପ୍‌ ବାର୍ତ୍ତାରେ ବଜେ ଲେଖିଥିଲେ ଯେ, ଏହି ମାମଲାରେ ତାଙ୍କୁ ମିଛଟାରେ ସମ୍ପୃକ୍ତ କରାଯାଉଛି।

ସମ୍ବନ୍ଧିତ ଖବର