ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ରିୟା ଚକ୍ରବର୍ତ୍ତୀଙ୍କ ହାଜତ ମିଆଦ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୃଦ୍ଧି
ମୁମ୍ବାଇ : ମୁମ୍ବାଇର ଏନଡିପିଏସ କୋର୍ଟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଆସନ୍ତା ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ପୂର୍ବତନ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କ ହାଜତ ମିଆଦକୁ ମଧ୍ୟ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଜି ସେମାନଙ୍କ ହାଜତ ମିଆଦ ଶେଷ ହେଉଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଡ୍ରଗ୍ସ ଯୋଗାଉଥିବା ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରିୟାଙ୍କୁ ସେପ୍ଟେମ୍ବର ୯ ତାରିଖରେ ଗିରଫ କରିଥିଲା ।
ହାଜତ ମିଆଦ ବୃଦ୍ଧିକୁ ରିୟା ଓ ସୌଭିକଙ୍କ ଓକିଲ ବିରୋଧ କରିଥିଲେ ମଧ୍ୟ ଏନସିବି ପକ୍ଷରୁ ତାହା ସପକ୍ଷରେ ଯୁକ୍ତି ରଖାଯାଇଥିଲା । ଏନସିବି ପକ୍ଷରୁ କୁହାଯାଇଥିଲା ଯେ ଏହି ଭାଇ-ଭଉଣୀ ଏକ ଡ୍ରଗ ସିଣ୍ଡିକେଟର ସଦସ୍ୟ । ଏଣୁ ଏ ସମ୍ପର୍କରେ ଆହୁରି ତଦନ୍ତ କରାଯିବାର ଆବଶ୍ୟକତା ରହିଛି ।
ପୂର୍ବରୁ ଜାମିନ ପାଇଁ ରିୟା ବମ୍ବେ ହାଇକୋର୍ଟରେ ମଧ୍ୟ ଆବେଦନ କରିଥିଲେ । ତେବେ ଗତ ୨୯ ତାରିଖରେ କୋର୍ଟ ନିଜର ରାୟକୁ ସଂରକ୍ଷିତ ରଖିଥିଲେ । ଆସନ୍ତା କାଲି ହାଇକୋର୍ଟ ଏହି ଜାମିନ ଆବେଦନ ଉପରେ ରାୟ ପ୍ରକାଶ କରିବେ ।