ମୁମ୍ବାଇ: ଅତ୍ୟାବଶ୍ୟକ କର୍ମଚାରୀଙ୍କ ଲାଗି ଲୋକାଲ୍‌ ଟ୍ରେନ୍ ସେବା ଆରମ୍ଭ କଲା ରେଳବାଇ

ମୁମ୍ବାଇ: ସୋମବାର ଦିନ ରେଳବାଇ ଅତ୍ୟାବଶ୍ୟକ କର୍ମଚାରୀଙ୍କ ପରିବହନ ଲାଗି ଲୋକାଲ୍ ଟ୍ରେନ୍ ସେବାର ପୁନଃଆରମ୍ଭ କରିଛି।

ମେନ୍‌ ଲାଇନ୍‌ ଏବଂ ହାର୍ବର୍ ଲାଇନ୍‌ରେ ସରକାରଙ୍କ ଦ୍ବାରା ଚିହ୍ନିତ କେବଳ ଅତ୍ୟାବଶ୍ୟକ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ରେଳବାଇ ଏବଂ ପଶ୍ଚମି ରେଳବାଇ ମନୋନୀତ ଆଞ୍ଚଳିକ ସେବା ଚଳାଇବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କର ଜଣେ କର୍ମଚାରୀ କହିଛନ୍ତି।

ଆଜି ସକାଳେ ବିରାରରୁ ଚର୍ଚଗେଟ୍ ଅଭିମୁଖେ ସେ ଭଳି ଗୋଟିଏ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିବା କଥା ସେ କର୍ମଚାରୀଜଣକ କହିଛନ୍ତି।

Image Courtesy of Money Control

ପ୍ରତି ଟ୍ରେନ୍‌ରେ ପ୍ରାୟ ୧୨୦୦ ଯାତ୍ରୀ ପରିବହନର କ୍ଷମତା ଥିଲେ ମଧ୍ୟ ମାତ୍ର ୭୦୦ ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ। ଆଞ୍ଚଳିକ ଟ୍ରେନ୍ ଚଳାଚଳ ଆଂଶିକ ଭାବ‌େ ଆରମ୍ଭ ହେବା ଦ୍ବାରା ରାଜ୍ୟ ସରକାରଙ୍କର ଅତ୍ୟାବଶ୍ୟ ସେବାର ପ୍ରାୟ ୧. ୨୫ ଲକ୍ଷ କର୍ମଚାରୀ ଉପକୃତ ହେବେ।

କର୍ମଚାରୀମାନଙ୍କର ପରିଚୟ ପତ୍ର ଦେଖିବା ପରେ ସେମାନଙ୍କୁ ଷ୍ଟେସନ୍ ମଧ୍ୟକୁ ପ୍ରବେଶ ଲାଗି ଅନୁମତି ମିଳିବ। ପଶ୍ଚିମ ରେଳବାଇ ଏଭଳି ୭୩ ଯୋଡ଼ା ଟ୍ରେନ୍ ଚଳାଇବାକୁ ସ୍ଥିର କରିଛି।

ସମ୍ବନ୍ଧିତ ଖବର