ନୂଆ ସିବିଆଇ ନିର୍ଦ୍ଦେଶକ ନାଗେଶ୍ୱର ରାଓ ବଦଳି ବାତିଲ୍ ହୋଇଥିବା ସିବିଆଇ ଅଫିସରଙ୍କୁ ପୁନଃଅବସ୍ଥାପିତ କଲେ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର କାମଚଳା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି ଓଡିଶା କ୍ୟାଡର ଆଇପିଏସ ଅଧିକାରୀ ଏମ୍. ନାଗେଶ୍ୱର ରାଓ । ଶୁକ୍ରବାର ସେ ସିବିଆଇ ମୁଖ୍ୟଦପ୍ତରକୁ ଯାଇ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିସହ  ଦୁଇ ଦିନ ଲାଗି ପଦରେ ଥିବା କାଳରେ ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା ଯେଉଁ ବଦଳି ଆଦେଶଗୁଡ଼ିକୁ ପ୍ରତ୍ୟାହାର କରି ନେଇଥିଲେ ତାହାକୁ ପୁଣି ବଳବତ୍ତର କରିଛନ୍ତି ନାଗେଶ୍ୱର ରାଓ।

ସୂଚନା ଅନୁଯାୟୀ, ସିବିଆଇର କାମଚଳା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ରାଓ ଗତ ଅକ୍ଟୋବର ୨୩ ତାରିଖରୁ ୨୦୧୯ ଜାନୁଆରି ୬ ତାରିଖ ମଧ୍ୟରେ ୬୦ରୁ ଊର୍ଦ୍ଧ୍ୱ ଅଧିକାରୀଙ୍କର ବଦଳି କରିଥିଲେ। ଆଉ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ କ୍ରମେ ପୁନଃ ଅବସ୍ଥାପିତ ହେବାର ୨୪ ଘଣ୍ଟା ଭିତରେ ଶ୍ରୀ ବର୍ମାଙ୍କ ସମସ୍ତ ବଦଳି ନିର୍ଦ୍ଦେଶକୁ ବାତିଲ କରି ତାଙ୍କ ପସନ୍ଦର ଅଧିକାରୀମାନଙ୍କୁ ସେମାନଙ୍କ ପୁରୁଣା ସ୍ଥାନକୁ ଆଣିବାକୁ ନିର୍ଦ୍ଦେଶ ଜାରି କରିଥିଲେ । ତେବେ ବଦଳି ସିବିଆଇ ଅଫିସରଙ୍କୁ ପୁଣି ପଦରେ ଅବସ୍ଥାପିତ କରିଛନ୍ତି ନାଗେଶ୍ୱର ରାଓ ।

ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ସିବିଆଇ ନିର୍ଦ୍ଦେଶକ ପଦରେ ଦୀର୍ଘ ୭୧ ଦିନ ପରେ ପୁଣି ଥରେ ଅବସ୍ଥାପିତ ହୋଇଥିଲେ ଆଲୋକ ବର୍ମା। ମାତ୍ର ବର୍ମା ପୁନଃ ଅବସ୍ଥାପିତ ହେବାର ୨ ଦିନ ନ ବିତୁଣୁ ତାଙ୍କୁ ପୁଣି ଚଉକି ହରାଇବାକୁ ପଡ଼ିଛି।

ସମ୍ବନ୍ଧିତ ଖବର