ଶାହଙ୍କୁ ନାଇଡ଼ୁଙ୍କ ଜବାବ:୨୦୧୯ରେ ବିଜେପି ପାଇଁ ଦ୍ବାର ବନ୍ଦ ହେବ

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଅମିତ ଶାହ ଗତକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ସମାଲୋଚନା କରି କହିଥିଲେ ଯେ ଭବିଷ୍ୟତରେ ଟିଡିପି ସୁପ୍ରିମୋ ନାଇଡ଼ୁ ଏନ୍‌ଡିଏ ମେଣ୍ଟକୁ ଫେରିବାକୁ ଚାହିବେ, କିନ୍ତୁ ଏନ୍‌ଡିଏ ଦ୍ବାର ସବୁଦିନ ପାଇଁ ତାଙ୍କ ଲାଗି ବନ୍ଦ ହୋଇ ଯାଇଛି। ଶାହଙ୍କ କଥାର ଜବାବ ଦେଇ ନାଇଡ଼ୁ ଆଜି କହିଛନ୍ତି, ୨୦୧୯ ଲୋକସଭା ନିର୍ବାଚନରେ ଭାରତର ଜନସାଧାରଣ ବିଜେପି ପାଇଁ ଦ୍ବାର ବନ୍ଦ କରିଦେବାକୁ ଯାଉଛନ୍ତି। ଶାହ ଗତକାଲି ନାଇଡ଼ୁଙ୍କୁ ଜଣେ ‘ୟୁ-ଟର୍ନ’ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ଯିଏ କେବଳ ସବୁବେଳେ ନିଜ ସୁବିଧାରେ ହିଁ ରହିଥାନ୍ତି। ଉଲ୍ଲେଖ‌ଯୋଗ୍ୟ ଗତ ସୋମବାର ଦିନ ଆନ୍ଧ୍ରପ୍ରଦେଶରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ଶାହ କହିଥିଲେ, ମୁଁ ନିଶ୍ଚିତ ଯେ, ୨୦୧୯ ନିର୍ବାଚନ ଗଣତି ସରିଯିବା ପରେ ନାଇଡ଼ୁ ପୁଣିଥରେ ଏନ୍‌ଡିଏକୁ ଫେରିବାକୁ ଚାହିବେ, କିନ୍ତୁ ନାଇଡ଼ୁଙ୍କୁ ଏହି ସୁଯୋଗ ଆଉ ଦିଆଯିବ ନାହିଁ।

ସମ୍ବନ୍ଧିତ ଖବର