ଅଗଷ୍ଟ ୨ରେ ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ରୁ ପୃଥିବୀକୁ ସ୍ପେସ୍‌ଏକ୍ସ୍‌ର ମହାକାଶଯାନ ‘କ୍ରୁ’ ଡ୍ରାଗନ୍‌’କୁ ଫେରାଇ ଆଣିବା ପାଇଁ ଲକ୍ଷ୍ୟ ରଖିଛି ‘ନାସା’

ୱାସିଂଟନ୍ ଡିସି: ଅଗଷ୍ଟ ୨ରେ ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ରୁ ପୃଥିବୀକୁ ସ୍ପେସ୍‌ଏକ୍ସ୍‌ର ମହାକାଶଯାନ ‘କ୍ରୁ’ ଡ୍ରାଗନ୍‌’କୁ ଫେରାଇ ଆଣିବା ପାଇଁ ‘ନାସା’

ଲକ୍ଷ୍ୟ ରଖିଛି।

‘ନାସା’ର ପ୍ରଶାସକ ଜିମ୍ ବ୍ରାଇଡେନ୍‌ଷ୍ଟାଇନ୍ ତାଙ୍କ ଅଫିସିଆଲ୍ ଟୁଇଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି, ଆମେରିକୀୟ ଅଭିଯାନର ‘ସ୍ପେସ୍‌ଏକ୍ସ’ର ଡ୍ରାଗନ୍ ଏଣ୍ଡିଏଭର୍ ମହାକାଶଯାନ’ ଯୋଗେ ଐତିହାସିକ ଉତ୍‌କ୍ଷେପଣରେ ଯାତ୍ରା କରିଥିବା ମହାକାଶଚାରୀ ବେନ୍‌କେନ୍ ଏବଂ ଡଗ୍‌ଙ୍କୁ ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍ ଘରକୁ ଫେରାଇ ଆଣିବା ପାଇଁ ଆମେ ଅଗ‌ଷ୍ଟ ୧ ତାରିଖକୁ ଲକ୍ଷ୍ୟ ରଖିଛୁ। ପ୍ରକୃତ ତାରିଖ ପାଣିପାଗ ଉପରେ ନିର୍ଭର କରୁଛି। ଆମ ସହ ସମ୍ପର୍କରେ ରୁହନ୍ତୁ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ମେ ୩୦ ତାରିଖ ଦିନ ବିଲିୟନେୟାର୍ ଉଦ୍ୟୋଗୀ ଇଲୋନ୍ ମସ୍କ୍‌ଙ୍କ ମାଲିକାନାରେ ଥିବା ‘ସ୍ପେସ୍‌ଏକ୍ସ’ ଫ୍ଲୋରିଡାରୁ କକ୍ଷପଥକୁ ଦୁଇଜଣ ଆମେରିକୀୟ ମହାକାଶଚାରୀଙ୍କୁ ଉତ୍‌କ୍ଷେପଣ କରି ପ୍ରଥମ ଘରୋଇ ରକେଟ୍ କମ୍ପାନି ଭାବେ ଇତିହାସ ସୃଷ୍ଟି କରିଥିଲା।

Image Courtesy of Zee News

ଉତ୍‌କ୍ଷେପଣ ପୂର୍ବରୁ ମହାକାଶଚାରୀ ଡଗ୍‌ ହର୍ଲି ୧୯୬୧ ମସିହାରେ ମହାକାଶକୁ ଯାତ୍ରା କରିଥିବା ପ୍ରଥମ ଆମେରିକୀୟ ଆଲାନ୍ ସେପର୍ଡଙ୍କ ପ୍ରସିଦ୍ଧ ଉକ୍ତିକୁ ଉଦ୍ଧାର କରି କହିଥିଲେ, ସ୍ପେସ୍‌ଏକ୍ସ, ଆମେ ଉତ୍‌କ୍ଷେପଣ ଲାଗି ଯାଉଛୁ। ଏଇ ମହମବତିଟି ଜଳାଇ ଦିଅ।

ବବ୍ ବେନ୍‌କନ୍ ଏବଂ ଡଗ୍ ହାର୍ଲିଙ୍କୁ ନେଇ ମେ ୩୧ ତାରିଖ, ଅର୍ଥାତ୍ ଉତ୍‌କ୍ଷେପଣ ହେବାର ୧୯ ଘଣ୍ଟା ମଧ୍ୟରେ ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ରେ ସ୍ପେସ୍‌ଏକ୍ସ୍‌ କ୍ରୁ’ ଡ୍ରାଗନ୍ କ୍ୟାପ୍‌ସୁଲ୍ ପହଞ୍ଚିଥିଲା। ୨୦୧୧ ପରେ ଏହା ହେଉଛି ଆମେରିକୀୟ ମହାକାଶଚାରୀଙ୍କ ପ୍ରଥମ ମହାକାଶ ଯାତ୍ରା।

 

 

 

 

 

 

ସମ୍ବନ୍ଧିତ ଖବର