ଏଣିକି ବଜାରକୁ ବାହାରିଲେ ଦେବାକୁ ପଡ଼ିବ ୫ଟଙ୍କା, ୧ଘଣ୍ଟାରୁ ଅଧିକ ସମୟ ରହିଲେ ୫୦୦ଟଙ୍କା ଜରିମାନା

ମହାରାଷ୍ଟ୍ର: ଦେଶରେ କରୋନା ମାମଲା ଗତ କିଛିଦିନ ହେବ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ ଭାବେ ମହାରାଷ୍ଟ୍ରରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ମୁମ୍ବାଇରେ ବି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅନ୍ୟ ଜିଲ୍ଲାରେ ବି କରୋନାର ଦ୍ବିତୀୟ ଲହର ଦେଖିବାକୁ ମିଳିଛି। ଏହି କ୍ରମରେ ନାସିକ ବି ସାମିଲ ରହିଛି। ନାସିକ ପୁଲିସ କରୋନା ସଂକ୍ରମଣ ରୋକିବା ପାଇଁ ଏକ ସ୍ବତନ୍ତ୍ର ପଦକ୍ଷେପ ନେଇଛି।

ସରକାର କରୋନା ପାଇଁ କଠୋର ନିୟମ ଜାରି କରିଥିବା ବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ଗାଇଡଲାଇନ ଜାରି କରିଥିଲେ। ତେବେ ଲୋକମାନେ ଏହି ନିୟମକୁ ନମାନିବାରୁ ନାସିକ ପୁଲିସ  ନୂଆ କଟକଣା ଜାରି କରି କହିଛି କି, ଏଣିକି ମାର୍କେଟ ବାହାରିଲେ ୫ ଟଙ୍କା ଦେବାକୁ ପଡ଼ିବ। ଏଥିସହିତ କେହି ଯଦି ଘଣ୍ଟାଏରୁ ଅଧିକ ସମୟ ମାର୍କେଟରେ ରହନ୍ତି ସେମାନଙ୍କୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।

Nashik: People to Pay Rs 5 for Hour-Long Shopping in Markets, Rs 500 Fine for Breaching Deadline Amid COVID-19 Surge

ବଜାର ଭିତରକୁ ପ୍ରବେଶ କରିବା ପୂର୍ବରୁ ପ୍ରତିଟି ବ୍ୟକ୍ତି ୫ ଟଙ୍କା ଦେଇ କୁପନ କାଟିବେ। ଏହି କୁପନ ଧରି ବଜାରରେ ଜଣେ ବ୍ୟକ୍ତି ଏକ ଘଣ୍ଟା ବିତାଇ ପାରିବେ। ଯଦି ଏହି ସମୟ ପାର ହୋଇଯାଏ ତେବେ ବ୍ୟକ୍ତିଙ୍କୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ ବୋଲି ନାସିକ ମ୍ୟୁନିସିପାଲ କର୍ପୋରେସନ କଟକଣା ଜାରି କରିଛି।

ଏହି ନୂଆ ନିୟମ ନାସିକ ସହରର ମୁଖ୍ୟ ବଜାର ଅଞ୍ଚଳ, ନାସିକ ବଜାର କମିଟି, ଅମ୍ବାଡର ପୱନ ନଗର ବଜାର, ସତପୁରର ଅଶୋକ ନଗର ବଜାର ଏବଂ ଇନ୍ଦିରାନଗରର କଲାନଗର ବଜାରରେ ଲାଗୁ ହେବ। ଏ ନେଇ ଜୋନାଲ ଆଇଆଇସି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର