ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମ୍ରିନ୍ଦର ସିଂହଙ୍କୁ ଇସ୍ତଫା ପତ୍ର ପଠାଇଲେ ନବଜୋତ୍‌ ସିଂହ ସିଦ୍ଧୁ

ନୂଆଦିଲ୍ଲୀ: ସୋମବାର ନବଜୋତ୍‌ ସିଂହ ସିଦ୍ଧୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମ୍ରିନ୍ଦର ସିଂହଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ସିଦ୍ଧୁ ତାଙ୍କ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର୍‌ରେ ଲେଖିଛନ୍ତି ଯେ ‘ମୁଁ ମୋ ଇସ୍ତଫା ପତ୍ର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମ୍ରିନ୍ଦର ସିଂହଙ୍କୁ ଦେଇ ଦେଇଛି। ଇସ୍ତଫା ପତ୍ର ତାଙ୍କ ଅଫିସିଆଲ୍‌ ବାସଭବନକୁ ପଠାଇ ଦିଆଯାଇଛି।

କ୍ରିକେଟର୍‌ ଟର୍ଣ୍ଣଡ ରାଜନେତା ସିଦ୍ଧୁ ନିକଟ ଅତୀତରେ ଅମ୍ରିନ୍ଦର ସିଂହଙ୍କ ବଦଳରେ ରାହୁଲ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ର ଦେଇଥିଲେ। ଗତ ଲୋକସଭା ନିର୍ବାଚନ ସମୟରେ ସିଂହ ଓ ସିଦ୍ଧୁଙ୍କୁ ଭିତରେ ରାଜନୈତିକ ତିକ୍ତତା ଉପୁଜିଥିଲା। ସିଦ୍ଧୁ ଓ ତାଙ୍କ ପତ୍ନୀ ଅଭିଯୋଗ ଆଣି କହିଥିଲେ କି ଚଣ୍ଡିଗଡ଼ ଓ ଅମ୍ରିତସରରୁ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍‌ ନ ମିଳିବା ପଛର କାରଣ ସିଂହ।

ସମ୍ବନ୍ଧିତ ଖବର