ନୌସେନା ତିଆରି କଲା ୬ ଜଣ ବ୍ୟବହାର କରିପାରୁଥିବା ମଲଟି-ଫିଡ୍ ଅକ୍ସିଜେନ ସିଲିଣ୍ଡର

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମଣ ବ୍ୟାପିଚାଲିଥିବାବେଳେ ଏହା ବିରୁଦ୍ଧରେ ଲଢେଇପାଇଁ ସାରା ଦେଶ ଏକାଠି ହୋଇଛି । ବୈଜ୍ଞାନିକ, ବିଶ୍ୱବିଦ୍ୟାଳୟ, ଶିଳ୍ପ ଜଗତ ବିଭିନ୍ନ ପ୍ରକାରର ଉଦ୍ଭାବନ କରି ସରକାରଙ୍କୁ ସହାୟତା କରିବାକୁ ଉଦ୍ୟମ କରୁଛନ୍ତି । ଏ କ୍ଷେତ୍ରରେ ଭାରତୀୟ ନୌସେନା ମଧ୍ୟ ପଛରେ ପଡ଼ିନାହିଁ । ନୌସେନା ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରକାରର ଅକ୍ସିଜେନ ସିଲିଣ୍ଡର ପ୍ରସ୍ତୁତ କରାଯାଇଛି, ଯାହାକୁ ଏକାଥରକେ ୬ ଜଣ ରୋଗୀ ବ୍ୟବହାର କରିପାରିବେ । ଏହି ମଲଟି-ଫିଡ୍ ଅକ୍ସିଜେନ ସିଲିଣ୍ଡରକୁ ବିଶାଖାପାଟଣାସ୍ଥିତ ନୌସେନା ଡକୟାର୍ଡ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏହାର ପରୀକ୍ଷଣ ମଧ୍ୟ ନୌସେନା ହସପିଟାଲରେ କରାଯାଇଛି ।

କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିମାନଙ୍କର ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେଉଥିବାରୁ ଅକ୍ସିଜେନ ସିଲିଣ୍ଡରର ଅବଶ୍ୟକତା ପଡ଼ିଥାଏ । ତେବେ ଡାକ୍ତରଖାନାରେ ଥିବା ସିଲିଣ୍ଡରକୁ କେବଳ ଗୋଟିଏ ରୋଗୀ ବ୍ୟବହାର କରିପାରିବ । କିନ୍ତୁ ଏହି ନୂଆ ସିଲିଣ୍ଡର ଦ୍ୱାରା ଏକା ସମୟରେ ୬ ଜଣ ବ୍ୟବହାର କରିପାରିବେ । ଏହା ଫଳରେ ଦେଶରେ ଦେଖାଦେଇଥିବା ଭେଣ୍ଟିଲେଟର ଅଭାବ ପୂରଣ ହୋଇପାରିବ ।

ସମ୍ବନ୍ଧିତ ଖବର