ପାକିସ୍ତ‌ାନର ପୂର୍ବତନ ପ୍ରଧାନମନ୍ତ୍ରୀ, ନୱାଜ ସରିଫ ଗୁରୁତର

ଇସ୍‌ଲାମାବାଦ: ପାକିସ୍ତ‌ାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଲାହୋର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସରିଫ୍‌ଙ୍କୁ ଆଜି ପୁଣି ହୃଦ୍‌ଘାତ ହୋଇଛି। ସରିଫ୍‌ଙ୍କ ଓକିଲ ଖ୍ବାଜା ହାରିସ କହିଛନ୍ତି ଯେ, ସରିଫ୍‌ ପୂର୍ବରୁ ମୃଦୁ ହୃଦ୍‌ଘାତର ଶିକାର ହୋଇଥିଲେ ଏବଂ ଗତରାତିରେ ତାଙ୍କୁ ପୁଣି ହୃଦ୍‌ଘାତ ହୋଇଛି । ଲାହୋର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସର ଡାକ୍ତର ମାମୁଦ୍‌ ଆୟାଜଙ୍କ ସୂଚନା ଅନୁସାରେ, ସରିଫ୍‌ଙ୍କ ରକ୍ତରେ ପ୍ଲେଟ୍‌ଲେଟ୍‌ କାଉଣ୍ଟ ଦ୍ରୁତ ଭାବେ ହ୍ରାସ ପାଉଛି ଏବଂ ଏହା ତାଙ୍କ ସ୍ବାସ୍ଥ୍ୟ ପାଇଁ ବିପଦ ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର