ସୁଗାର୍‌ ମିଲ୍‌ସ୍‌ ଦୁର୍ନୀତି ମାମଲରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫ ଗିରଫ

ଇସ୍‌ଲାମାବାଦ୍‌: ଚୌଧୁରୀ ଚିନି କଳ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଶୁକ୍ରବାର ଦିନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫଙ୍କୁ ନ୍ୟାସ୍‌ନାଲ୍‌ ଆକାଉଣ୍ଟାବିଲିଟି ବ୍ୟୁରୋ (ନାବ୍‌) କୋତ୍‌ ଲଖପତ୍‌ ଜେଲ୍‌ରୁ ଗିରଫ କରି ଲାହୋରସ୍ଥିତ ଏକ ଆକାଉଣ୍ଟାବିଲିଟି କୋର୍ଟର ହାଜର କରିଛି।

ସରିଫ୍‌ଙ୍କୁ ୧୪ ଦିନିଆ ଫିଜିକାଲ୍‌ ରିମାଣ୍ଡ୍‌ରେ ନେବା ପାଇଁ ‘ନାବ୍‌’କୁ କୋର୍ଟ ଅନୁମତି ପ୍ରଦାନ କରିଛି।

Image Source: Dawn

ଚିନି କଳ ସେୟାର୍‌ ଖରିଦ ବିକ୍ରି କାରବାରେ ସରିଫ୍‌ଙ୍କ ପରିବାରର ସଦସ୍ୟମାନେ ଆର୍ଥିକ ଦୁର୍ନୀତିରେ ସମ୍ପୃକ୍ତ ଥିବା କଥା ଅଭିଯୋଗ ହୋଇଥିଲା। ନଓ୍ଵାଜ୍‌ ଚୌଧୁରୀ ସୁଗାର୍‌ ମିଲ୍‌ସ୍‌ର ଜଣେ ପ୍ରତ୍ୟକ୍ଷ ହିତାଧିକାରୀ ବୋଲି ବ୍ୟୁରୋ ଅଭିଯୋଗ କରିଛି। ‘ନାବ୍‌’ ମଧ୍ୟ ଅଭିଯୋଗ କରିଛି କି, ନଓ୍ଵାଜ୍‌ଙ୍କ ଝିଅ ମାରିୟାମ୍‌ଙ୍କର ମଧ୍ୟ ଏହି ସୁଗାର୍‌ ମିଲ୍‌ସ୍‌ରେ ୧୨ ନିୟୁତରୁ ଅଧିକ ସେୟାର୍‌ ରହିଛି। ସେ ଏହି ମିଲ୍‌ସ୍‌ ସବୁଠୁ ଅଧିକ ସେୟାର୍‌ର ଅଧିକାରିଣୀ।

ସରିଫ୍‌ ସମ୍ପ୍ରତି ଅଲ୍‌-ଅଜିଜିଆ ମିଲ୍‌ସ୍‌ ଦୁର୍ନୀତି ମାମଲାରେ ସାତ ବର୍ଷ ଜେଲ୍‌ ଦଣ୍ଡ ଭୋଗୁଛନ୍ତି।

ସମ୍ବନ୍ଧିତ ଖବର