ଧାରା ୩୭୦ ଉଚ୍ଛେଦ ବିରୋଧରେ ସୁପ୍ରିମକୋର୍ଟ ଗଲେ ଏହି ଧାରାକୁ ଅସ୍ଥାୟୀ ବୋଲି ରାୟ ଶୁଣାଇଥିବା ପୂର୍ବଚନ ବିଚାରପତି

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ଦୁଇଭାଗ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ନ୍ୟାସନାଲ କନଫରେନ୍ସ । ରାଜ୍ୟର ନାଗରିକଙ୍କ ସମ୍ମତି ବିନା ସମ୍ବିଧାନ ପ୍ରଦତ୍ତ ସ୍ୱତନ୍ତ୍ର କ୍ଷମତା ପ୍ରତ୍ୟାହାର ବେଆଇନ ଓ ଅଣସମ୍ବିଧାନିକ ବୋଲି ଆବେଦନକାରୀ ମହମ୍ମଦ ଆକବର ଲୋନ ଓ ଅବସରପ୍ରାପ୍ତ ବିଚାରପତି ହସନାନ ମାସୁଦି ଦର୍ଶାଇଛନ୍ତି ।

ଉଭୟବ୍ୟକ୍ତି ଏବେ ନ୍ୟାସନାଲ କନଫରେନ୍ସ ତରଫରୁ ଲୋକସଭା ସାଂସଦ ଅଛନ୍ତି । ଲୋନ ପୂର୍ବରୁ ଜମ୍ମୁ ଓ କଶ୍ମୀର ବିଧାନସଭାର ବାଚସ୍ପତି ଥିବାବେଳେ ମାସୁଦି ହେଉଛନ୍ତି ଜମ୍ମୁ ଓ କଶ୍ମୀର ହାଇକୋର୍ଟର ପୂର୍ବତନ ବିଚାରପତି । ସଂସଦ ଦ୍ୱାରା ଗୃହୀତ ଓ ତାପରେ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଥିବା ବିଲ ଅସମ୍ବିଧାନିକ ହୋଇଥିବାରୁ ତାହାକୁ ରଦ୍ଦ କରିବାକୁ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ର ସରକାର ଗତ ୫ ତାରିଖରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଓ ୩୫କ ଉଠାଇବା ସହ ରାଜ୍ୟକୁ ଦୁଇଭାଗରେ ବିଭକ୍ତ କରି ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର