ମୁସ୍‌ଲିମ ଲିଗ୍‌ ଗଠନକୁ ବିରୋଧ କରିଥିଲେ ନେହରୁ

ନୂଆଦିଲ୍ଲୀ: ଆମେରିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ମୁସ୍‌ଲିମ ଲିଗ୍‌କୁ ଧର୍ମନିରପେକ୍ଷ ଦଳ କହି ବିବାଦ ସୃଷ୍ଟି କରିଥିବା ବେଳେ ଏବେ ଏହି ସଂଗଠନର ଇତିହାସ ମଧ୍ୟ ଚର୍ଚ୍ଚାରେ ରହିଛି। କେରଳରେ ମୁସ୍‌ଲିମ ଲିଗ୍‌ ସହିତ କଂଗ୍ରେସର ଦୀର୍ଘ ବର୍ଷର ପୁରୁଣା ସଂପର୍କ ରହିଛି। ଅସଲରେ ଏହି ଦଳର ଗଠନକୁ ପଣ୍ଡିତ ଜବାହରଲାଲ ନେହରୁ ଦୃଢ଼ ବିରୋଧ କରିଥିଲେ। ଭାରତରେ ୧୯୪୮ରେ ଇଣ୍ଡିଆନ ୟୁନିୟନ ମୁସ୍‌ଲିମ ଲିଗ୍‌ ଗଠନ ହୋଇଥିଲା ଏବଂ ଏହି ଦଳକୁ ଏକ ପୂର୍ବତନ କଂଗ୍ରେସ ନେତା ହିଁ ଗଠନ କରିଥିଲେ।

ତାମିଲ ନେତା ମହମ୍ମଦ ଇସ୍‌ମାଇଲ ୧୯୨୦ରେ କଂଗ୍ରେସ ସହ ଥିଲେ। ଦେଶ ସ୍ବାଧୀନ ହେବାପରେ ସେ ଇଣ୍ଡିଆନ ୟୁନିୟନ ମୁସ୍‌ଲିମ ଲିଗ୍‌ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ନେହରୁ ଏଭଳି ଏକ ଦଳ ଗଠନକୁ ବିରୋଧ କରିବା ସହ ଏଭଳି ସଂଗଠନର ଭାରତରେ ଆବଶ୍ୟକତା ନାହିଁ ବୋଲି କହିଥିଲେ। ଏହାର କିଛି ବର୍ଷ ପରେ ନେହରୁ କହିଥିଲେ ମୁସ୍‌ଲିମ ଲିଗ୍‌ ଅନ୍ୟ କାହାର ଇସାରାରେ ଚାଲିଛି। ‌ମୁସ୍‌ଲିମ ଲିଗ୍‌ ନିଜକୁ ଏକ ମୁସ୍‌ଲିମ ସଂଗଠନ ଭାବେ ନିଜ ୱେବ୍‌ସାଇଟ୍‌ରେ ଉଲ୍ଲେଖ କରିଛି।

ସମ୍ବନ୍ଧିତ ଖବର