ଭାରତ ସହ ସୀମା ବନ୍ଦ କଲେ ନେପାଳ, ଭୂଟାନ୍‌

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ନେପାଳ ଏବଂ ଭୂଟାନ୍‌ ଭାରତ ସହ ଏହାର ସୀମା ବନ୍ଦ କରିଦେଇଛନ୍ତି। ବିଶ୍ବବ୍ୟାପୀ ବିଭିନ୍ନ ସହରରେ ଫସିଥିବା ନାଗରିକଙ୍କୁ ଭାରତ ସମର୍ଥନ କରୁଥିବାବେଳେ ନେପାଳ ଏବଂ ଭୂଟାନ୍‌ ଭାରତକୁ ସୀମା ବନ୍ଦ କରିଦେଇଛନ୍ତି। ଭୂଟାନ୍‌ ରାଜା ଜିଗ୍‌‌ମେ ଖେସର ନମଗ୍ୟେଲ୍‌ ୱାଙ୍ଗଚୁକ୍‌ କହ‌ିଛନ୍ତି, କରୋନା ବିଶ୍ବ ମହାମାରୀ ପାଇଁ ଦେଶ ଏହାର ସୀମାକୁ ବନ୍ଦ କରିବାଭଳି ଗୁରୁତ୍ବପୂର୍ଣ୍ଣ ପଦ‌କ୍ଷେପ ନେଇଛି। ନେପାଳ ମଧ୍ୟ ଆଜି ସକାଳ ୧୦ଟାରୁ ଭାରତ ସହ ଏହାର ସୀମା ବନ୍ଦ କରିଛି।

ସମ୍ବନ୍ଧିତ ଖବର