ସ୍ନାପଡିଲର ସହ-ପ୍ରତିଷ୍ଠାତା ବିମାନ ଯାତ୍ରା ସମୟରେ କିପରି ଭୟାବହ ପରିସ୍ଥିତିର ସାମ୍ନା କରିଥିଲେ ତାହାକୁ ବଖାଣିଛନ୍ତି

ନୂଆଦିଲ୍ଲୀ: ୧୯୫୫ ମସିହାରେ ନେପାଳରେ ପ୍ରଥମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ୧୦୪ଟି ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।  ନେପାଳର ପୋଖରାଠାରେ ହୋଇଥିବା ବିମାନ ଦୁର୍ଘଟଣା ତୃତୀୟ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି। ଏହାପୂର୍ବରୁ ଏମିତି ଏକ ବଡ଼ ଭୟାବହ ବିମାନ ଦୁର୍ଘଟଣା ୨୦୨୨ରେ ହୋଇଥିଲା।

ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ରବିବାର ହୋଇଥିବା ବିମାନ ଦୁର୍ଘଟଣାକୁ ନେଇ ଏକ ବଡ଼ କମ୍ପାନିର ସହ-ପ୍ରତିଷ୍ଠାତା ଏକ ଟୁଇଟ କରିଛନ୍ତି। ଏହି ଟୁଇଟରେ ସେ ଆଗାମୀ ଦିନରେ କେବେ ହେଲେ ପୋଖରାରୁ ବିମାନ ଯାତ୍ରା କରିବେ ନାହିଁ ବୋଲି କହିଛନ୍ତି।

ଅନଲାଇନ ମାର୍କେଟପ୍ଲେସ କମ୍ପାନି ସ୍ନାପଡିଲର ସହ-ପ୍ରତିଷ୍ଠାତା ଓ ସିଇଓ ବରୁଣ ବାହଲ ପୁରୁଣା ଅନୁଭବକୁ ମନେ ପକାଇ ଏକ ଟୁଇଟ କରିଛନ୍ତି। ଆଉ ବାରମ୍ବାର ହେଉଥିବା ବିମାନ ଦୁର୍ଘଟଣାକୁ ନେଇ  ଅସନ୍ତୋଷ ବ୍ୟକ୍ତି କରିବା ସହିତ ନେପାଳ ଏୟାରଲାଇନ୍ସ କମ୍ପାନିକୁ ପ୍ରଶ୍ନ କରିଛନ୍ତି।

 

ସେ ଟୁଇଟ କରି ଲେଖିଛନ୍ତି, ମୋର ଏଭଳି ଭୟାବହ ଦୁର୍ଘଟଣାର ଆଶଙ୍କା ଥିଲା। କାରଣ କିଛିବର୍ଷ ପୂର୍ବେ ପୋଖରାରୁ  ବିମାନରେ ବସି ଯାତ୍ରା କରୁଥିବା ବେଳେ ‌ବିମାନ ଝରକାରୁ ପବନ ସୁସୁ ହୋଇ ପଶୁଥିବା ମୁଁ ଅନୁଭବ କରିଥିଲି। ଏନେଇ ଅଭିଯୋଗ କରିବା ପରେ ବି ବିମାନରେ ଥିବା କ୍ରୁ ସଦସ୍ୟ ଅଣଦେଖା କରି ଦେଇଥିଲେ।  ଦ୍ବିତୀୟଥର ଅଭିଯୋଗ ପରେ କ୍ରୁ ସଦସ୍ୟ ଏକ ଟିସୁ ପେପର ଆଣି ପବନ ଯେଉଁ ସ୍ଥାନରେ ପ୍ରବେଶ କରୁଥିଲା ସେଥିରେ ଦେଇ ଦେଇଥିଲେ। ବାସ୍ତବରେ ଏହି ଘଟଣା ବହୁତ ଦୁଃଖଦ ଥିଲା। ମୋତେ ଏସବୁ ଆଦୌ ଠିକ ଲାଗି ନଥିଲା। ଏହି ଘଟଣା ପରେ ମୁଁ ସ୍ଥିର କରିଥିଲି କି ଆଗାମୀ ଦିନରେ ପୋଖରାରୁ କେବେ ହେଲେ ବିମାନ ଯାତ୍ରା କରିବି ନାହିଁ।’

ସମ୍ବନ୍ଧିତ ଖବର