‘ପୀଡ଼ତାଙ୍କୁ ବିବାହ କରିବାକୁ ବଳାତ୍କାରୀକୁ କେବେ ବି କହିନାହୁଁ’: ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡେ

ନୂଆଦିଲ୍ଲୀ: ବଳାତ୍କାରର ଶିକାର ହୋଇଥିବା ପୀଡ଼ିତାଙ୍କୁ ବିବାହ କରିବାକୁ କୌଣସି ବଳାତ୍କାରୀକୁ ମୁଁ କେବେ ବି କହି ନାହିଁ ବୋଲି ଆଜି ସ୍ପଷ୍ଟକରି ଦେଇଛନ୍ତି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବେବେଡ଼େ।

ଏକ ବଳାତ୍କାର ମାମଲାରେ ଅଭିଯୁକ୍ତର ଜାମିନ ଶୁଣାଣି ସମୟରେ ଏକ ରାୟକୁ ନେଇ ବିବାଦ ସୃଷ୍ଟି ହେବାପରେ ପ୍ରଧାନ ବିଚାରପତି ଏସ୍‌ ବବଡେ ଆଜି ଏହି ସ୍ପଷ୍ଟୀକରଣ ଦେବା ସହ ଯେ ଏକ ଅନୁଷ୍ଠାନ ଭାବରେ ସୁପ୍ରିମକୋର୍ଟର ନାରୀ ସମାଜ ପ୍ରତି ସର୍ବାଧିକ ସମ୍ମାନ ରହିଛି ବୋଲି କହିଛନ୍ତି।

ଆଜି (ସୋମବାର) ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ବବଡେଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠରେ ଗର୍ଭବତୀ ହୋଇପଡ଼ିଥିବା ଜନୈକା ବଳାତ୍କାର ପୀଡିତାଙ୍କ ଗର୍ଭସ୍ଥ ଶିଶୁର ଗର୍ଭପାତ କରାଇବାକୁ ଏକ ମାମଲା ଶୁଣାଣି ବେଳେ ପ୍ରଧାନ ବିଚାରପତି ଏହି ସ୍ପଷ୍ଟୀକରଣ ରଖିଥିଲେ। ପୂର୍ବ ମାମଲା ବିଷୟରେ ଉଲ୍ଲେଖ କରି ସୋମବାର ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ଏପରିକି ଶେଷ ଘଟଣାରେ ମଧ୍ୟ ଆମମାନଙ୍କ ମଧ୍ୟରୁ କୌଣସି ପ୍ରସ୍ତାବ ନଥିଲା ଯେ ଅଭିଯୁକ୍ତ ପୀଡ଼ିତାଙ୍କୁ ବିବାହ କରିବା ଉଚିତ। କାରଣ, ଆମ ଆଗରେ କୌଣସି ବୈବାହିକ ବଳାତ୍କାର ମାମଲା ନଥିବା ଆମେ ଯାଞ୍ଚ କରିଥିଲୁ।
ମହିଳାମାନଙ୍କ ପ୍ରତି ଆମର ସର୍ବୋଚ୍ଚ ସମ୍ମାନ ରହିଛି। ପ୍ରଧାନ ବିଚାରପତି କହିଛନ୍ତି ଯେ ଆମର ପ୍ରତିଷ୍ଠା ସର୍ବଦା ବାର୍‌ ହାତରେ ଥାଏ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମାର୍ଚ୍ଚ ମାସରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡ଼େଙ୍କ ନେତୃତ୍ୱରେ ଜଷ୍ଟିସ୍‌ ବୋପାନ୍ନା ଓ ଜଷ୍ଟିସ୍‌ ରାମାସୁବ୍ରମଣ୍ୟନ୍‌ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏକ ବଳାତ୍କାର ମାମଲାରେ ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍‌ ଉତ୍ପାଦନ କମ୍ପାନିରେ ଟେକ୍ନିସିଆନ ଭାବରେ କାର୍ଯ୍ୟ କରୁଥିବା ଜନୈକ ଅଭିଯୁକ୍ତ ବଳାତ୍କାରୀର ଜାମିନ ଆବେଦନ ଉପରେ ଶୁଣାଣି କରୁଥିଲେ। ଏହି ଖଣ୍ଡପୀଠ ଅଭିଯୁକ୍ତଙ୍କୁ ପଚାରିଥିଲା, ଆପଣ ତାଙ୍କୁ ବିବାହ କରିବାକୁ ପ୍ରସ୍ତୁତ କି? ଯଦି ଆପଣ ତାଙ୍କୁ ବିବାହ କରିବାକୁ ଇଚ୍ଛୁକ ତେବେ ଆମେ ଏହାକୁ ବିଚାର କରିପାରିବା, ନଚେତ୍‌ ଆପଣ ଜେଲ୍‌ ଯିବେ। ଖଣ୍ଡପୀଠ ପୁଣି କହିଥିଲେ ଯେ ଆମେ ଆପଣଙ୍କୁ ବିବାହ କରିବାକୁ ବାଧ୍ୟ କରୁନାହୁଁ। ଉକ୍ତ ବ୍ୟକ୍ତିଙ୍କ ଓକିଲ ଖଣ୍ଡପୀଠଙ୍କୁ କହଥିଲେ ଯେ ଅଭିଯୁକ୍ତ ପ୍ରଥମେ ପୀଡ଼ିତାକୁ ବିବାହ କରିବାକୁ ଇଚ୍ଛୁକ ଥିଲା। କିନ୍ତୁ ପରେ ସେ ମନା କରିଦେଇଥିଲେ।

ତେବେ, ସୁପ୍ରିମ୍‌କୋର୍ଟଙ୍କ ଏପ୍ରକାର ମନ୍ତବ୍ୟ ପରେ ମହିଳା ଅଧିକାର କର୍ମୀ, ବିଶିଷ୍ଟ ନାଗରିକ, ବୁଦ୍ଧିଜୀବୀ, ଲେଖକ ଏବଂ କଳାକାରମାନେ ମଧ୍ୟ ପ୍ରଧାନ ବିଚାରପତିଙ୍କୁ କ୍ଷମା ମାଗିବା ସହ ଏହି ମନ୍ତବ୍ୟର ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର