ବିଚାରପତି, ଆଇନଜୀବୀ ଏବେ କୋଟ୍‌ ଓ ଗାଉନ୍‌ ପିନ୍ଧିବା ଉଚିତ୍‌ ନୁ‌ହେଁ : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ବିଚାରପତି ଏବଂ ଆଇନଜୀବୀମାନେ ଏବେ କୋଟ୍‌ ଓ ଗାଉନ୍‌ ପିନ୍ଧିବା ଉଚିତ୍‌ ନୁହେଁ। କୋଟ୍‌ ଓ ଗାଉନ୍‌ ଦ୍ବାରା ଭାଇରସ୍‌ ସହଜରେ ବ୍ୟାପିବା ଆଶଙ୍କା ରହିଛି। ତେଣୁ ଏହି ସମୟରେ ବିଚାରପତି ଏବଂ ଆଇନଜୀବୀମାନେ କୋର୍ଟ ଓ ଗାଉନ୍‌ ପନ୍ଧିବା ଅନୁଚିତ୍‌ ବୋଲି ପ୍ରଧାନ ବିଚାରପତି ଏସ୍‌ ଏ ବୋବ୍‌ଡ଼େ କହିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ଜଷ୍ଟିସ୍‌ ବୋ‌ବଡ଼େ ଆଜି ଏକ ଶୁଣାଣି କରିବା ସମୟରେ ଏହି ବିବୃତି ଜାରି କରିଛନ୍ତି। ଖୁବ୍‌ଶୀଘ୍ର ସୁପ୍ରିମକୋର୍ଟ ଆଇନଜୀବୀ ଏବଂ ବିଚାରପତିଙ୍କ ଡ୍ରେସ୍‌କୋଡ୍‌ ନେଇ ନିର୍ଦ୍ଦେଶାବଳୀ ଜାରି କରିବେ ବୋଲି ବୋବ୍‌ଡ଼େ କହିଛନ୍ତି। ତେବେ ପ୍ରଧାନ ବିଚାରପତି ଏହି ବିବୃତି ଦେବାପରେ ଭିଡିଓ କନଫରେନ୍ସ ମାଧ୍ୟମରେ ଅନ୍ୟ ଶୁଣାଣିରେ ଆଇନଜୀବୀମାନଙ୍କୁ କୋଟ୍‌ ପିନ୍ଧିନଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର