ଟିକସ ହ୍ରାସ ପରେ ଭାରତରେ କାରଖାନା ସ୍ଥାପନ ପାଇଁ ମୋବାଇଲ କମ୍ପାନିଙ୍କ ଆଗ୍ରହ, ୫୦ ହଜାର ନୂଆ ନିଯୁକ୍ତି ସୃଷ୍ଟି ହେବା ସମ୍ଭାବନା

ନୂଆଦିଲ୍ଲୀ : ସରକାରଙ୍କ ଦ୍ୱାରା କର୍ପୋରେଟ ଟିକସକୁ ୨୨ ପ୍ରତିଶତକୁ ହ୍ରାସ କରିବା ଓ ନୂଆ ଉତ୍ପାଦନ କାରଖାନାଗୁଡ଼ିକ ପାଇଁ ୧୫ ପ୍ରତିଶତ ଟିକସ ଧାର୍ଯ୍ୟ କରିବା ଦ୍ୱାରା ଦେଶରେ ନୂଆ ମାନୁଫାକଚରିଂ ୟୁନିଟ ଆସିବା ସମ୍ଭାବନା ରହିଛି । ଚୀନ ଓ ଦକ୍ଷିଣ-ପୂର୍ବ ଏସିଆର କେତେକ ଦେଶରେ ଥିବା କେତେକ ସ୍ମାର୍ଟଫୋନ କମ୍ପାନି ଭାରତରେ ନିଜର କାରଖାନା ସ୍ଥାପନ କରିବାକୁ ଯୋଜନା କରୁଥିବା ଜଣାଯାଇଛି ।

ଏହା ସହିତ ଭାରତରେ ଥିବା କେତେକ ସ୍ମାର୍ଟଫୋନ କମ୍ପାନି ନିଜର ଉତ୍ପାଦନ କେନ୍ଦ୍ରର ସଂପ୍ରସାରଣ କରିବାକୁ ଯୋଜନା କରୁଛନ୍ତି । ସେମାନେ ମୁଖ୍ୟତଃ ଘରୋଇ ବଜାରର ଚାହିଦା ମେଣ୍ଟାଇବା ସହ ଭାରତରୁ ରପ୍ତାନି କରିବା ଉପରେ ମଧ୍ୟ ଯୋଜନା କରୁଛନ୍ତି । ଏସବୁ କାରଖାନା ଖୋଲିବା ଦ୍ୱାରା ଦେଶରେ ପ୍ରାୟ ୫୦ ହଜାର ଏଣ୍ଟ୍ରିଲେବଲ ଓ କଣ୍ଟ୍ରାକଚ୍ୟୁଆଲ (ଠିକା) ନିଯୁକ୍ତି ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଆସନ୍ତା ଜାନୁୟାରୀ-ମାର୍ଚ୍ଚ ତିନିମାସରେ ଏସବୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ସିଏଲ ଏଚଆର ସର୍ଭିସେସର ସିଇଓ ଆଦିତ୍ୟ ନାରାୟଣ ମିଶ୍ରା ।

ସମ୍ବନ୍ଧିତ ଖବର