ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଗବାନ ରାମ ଏବଂ କୃଷ୍ଣଙ୍କ ସହ ତୁଳନା କଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂ; ବିରୋଧୀ ତଟସ୍ଥ!

ହରିଦ୍ୱାର: ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ଵତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଭୁ ରାମ ଏବଂ କୃଷ୍ଣଙ୍କ ସହ ତୁଳନା କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ହରିଦ୍ୱାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଭାଷଣ ଦେବା ଅବସରରେ ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ଵତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଭୁ ରାମ ଏବଂ କୃଷ୍ଣଙ୍କ ସହ ସମାନ କରି ତୁଳନା କରିଥିଲେ। ଗତ ସପ୍ତାହରେ ତ୍ରିବେନ୍ଦ୍ର ସିଂଙ୍କ ସ୍ଥାନରେ ନୂତନ ଭାବେ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ତୀରଥ ସିଂ କହଥିଲେ ଯେ ଭଗବାନ ରାମ ଏବଂ କୃଷ୍ଣ ସେମାନଙ୍କର ‘ଭଲ କାର୍ଯ୍ୟ’ ଦ୍ୱାରା ସମାଜରେ ପ୍ରଭାବ ପକାଇଛନ୍ତି । ଏହି କାରଣ ପାଇଁ ସେମାନଙ୍କୁ ପୂଜା କରାଯାଏ ଏବଂ ଭଗବାନର ମାନ୍ୟତା ପ୍ରଦାନ କରାଯାଇଥାଏ। ତ୍ରେତୟା ଯୁଗରେ ପ୍ରଭୁ ରାମ ଏବଂ ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ମନୁଷ୍ୟ ସମାଜ ପାଇଁ କାର୍ଯ୍ୟ କରିଥିଲେ ଏବଂ ଲୋକମାନେ ସେମାନଙ୍କୁ ଭଗବାନ ଭାବରେ ପ୍ରଶଂସା ସହ ପୂଜା ମଧ୍ୟ କରିଥିଲେ।

ଏହିକ୍ରମରେ ଆଗାମୀ ଦିନରେ ପ୍ରଭୁ ରାମ ଏବଂ କୃଷ୍ଣଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। କାରଣ, ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନର ମନୁଷ୍ୟ ସମାଜ ପାଇଁ ବହୁବିଧ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ଵତ।

ସମ୍ବନ୍ଧିତ ଖବର