ନ୍ୟୁଜିଲାଣ୍ଡ ଛୁଇଁଲା ନୂଆବର୍ଷ, ସିଡନୀ ଜଣାଇଲା ସ୍ବାଗତ : ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ ଦେଶବ୍ୟାପୀ ଉତ୍ସାହ

ନୂଆଦିଲ୍ଲୀ: ସ୍ବାଗତମ ୨୦୨୦। ପୁରୁଣା ବର୍ଷ ସରି ସରି ଯାଉଛିି, ନୂଆବର୍ଷ ଆସୁଛି। ନଇଁ ସାରିଛି ବର୍ଷର ଶେଷ ସୁରୁଜ। ଏବେ ନୂଆବର୍ଷର ଆଗମନକୁ ଅପେକ୍ଷା। ଭାରତର ବିଭିନ୍ନ ସହର ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ନ୍ୟୁଜିଲାଣ୍ଡ ପାଳିଛି ନୂଆ ବର୍ଷ। ନ୍ୟୁଜିଲ୍ୟାଣ୍ଡର ଅକଲାଣ୍ଡ ସହରରେ ବେଶ ଧୁମଧାମରେ ୨୦୨୦କୁ ସ୍ବାଗତ କରାଯାଇଛି।

ନୂଆବର୍ଷର ଆଗମନ ସହ ଅକଲାଣ୍ଡ ସହରରେ ଥିବା ସ୍କାଏ ଟାୱାର ରଙ୍ଗିନ ଆଲୋକମାଳାରେ ଝଲସି ଉଠିଛି। ଆଉ ସେଠି ଉପସ୍ଥିତ ଥିବା ହଜାର ହଜାର ଲୋକ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସ୍ଥାନୀୟ ସମୟ ଠିକ୍‌ ରାତି ୧୨ଟାକୁ ଅପେକ୍ଷା କରି ଚାହିଁ ରହିଥିଲେ ସମସ୍ତେ। ସ୍କାଏ ଟାୱାର ନିକଟରେ ସମୟ ଅବଗଣନା କରୁଥିଲେ ହଜାର ହଜାର ଲୋକ। ଆଉ ଯେତେବେଳେ ରାତି ୧୨ଟା ହେଲା ଆତସବାଜୀ ଓ ଆଲୋକମାଳାରେ ଝଲସି ଉଠିଥିଲା ପୁରା ସହର।

Global News

ସ୍କାଏ ଟାୱାର ସମେତ ନିକଟରେ ଥିବା ବ୍ରିଜ୍‌ ଏବଂ ବଡ଼ ବଡ଼ ଅଟ୍ଟାଳିକାର ଚିତ୍ର ରଙ୍ଗାରଙ୍ଗ ଆଲୁଅ ଭିତରେ ସଂପୂର୍ଣ୍ଣ ବଦଳି ଯାଇଥିଲା । ଇଏ ହେଉଛି ସେହି ଜିରୋ ନାଇଟ୍‌ ସେଲିବ୍ରେସନ୍‌ ସମୟର ମନୋରମ ଦୃଶ୍ୟ। ନ୍ୟୁଜିଲାଣ୍ଡ ହେଉଛି ବିଶ୍ୱର ପ୍ରଥମ ଦେଶ, ଯେଉଁଠି ପ୍ରଥମେ ଆସେ ନୂଆବର୍ଷ।

ସମ୍ବନ୍ଧିତ ଖବର