ପ୍ରଦୂଷଣ ସ୍ଥିତି ସାଂଘାତିକ:ଦିଲ୍ଲୀ, ପଂଜାବ ଏବଂ ହରିୟାଣା ସରକାରଙ୍କୁ ଏନ୍‌୍‌ଏଚ୍‌ଆର୍‌ସି ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଂଚଳ (ଏନ୍‌ସିଆର)ରେ ପ୍ରଦୂଷଣ ସ୍ଥିତି ବିଗତ ୩ ଦିନ ଧରି ଉଦ୍‌୍‌ବେଗଜନକ ଅବସ୍ଥାରେ  ରହିଥିବାରୁ ଏ ବାବଦରେ ଜାତୀୟ ମାନବାଧିକାର କମିସନ କେନ୍ଦ୍ର ସରକାର, ଦିଲ୍ଲୀ, ପଂଜାବ ଏବଂ ହରିୟାଣା ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ରାଜ୍ୟ ସରକାରମାନେ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ପର୍ଯ୍ୟାୟ ପଦକ୍ଷେପ ନେଇନଥିବାରୁ ଏହା ଲୋକଙ୍କ ଜୀବନ ଧାରଣର ଅଧିକାରକୁ ଉଲ୍ଲଂଘନ କରୁଛି ଏବଂ ଏଥିପାଇଁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରି ଏନ୍‌୍‌ଏଚ୍‌୍‌ଆର୍‌୍‌ସି ଏଭଳି ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍ଥାମାନେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ତତ୍ପରତାର ସହ କାର୍ଯ୍ୟ କରି ଲୋକଙ୍କ ବଡ଼ ଧରଣର ସ୍ୱାସ୍ଥ୍ୟ ସଙ୍କଟରୁ ରକ୍ଷା କରିବା ଦିଗରେ ପଦକ୍ଷେପ ନେବାକୁ କମିସନ ଗୁରୁତ୍ୱାରୋପ କରିଛନ୍ତି। ପ୍ରତିବର୍ଷ ଘନ କୁହୁଡ଼ି ଓ ବିଷାକ୍ତ ବାୟୁ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦର କାରଣ ହେଉଥିବାରୁ ସରକାର ଏହାକୁ ଗମ୍ଭୀରତାର ସହ ନେବାକୁ କମିସନ କହିଛନ୍ତି।

ସମ୍ବନ୍ଧିତ ଖବର