ଶ୍ରୀଲଙ୍କା ବିସ୍ଫୋରଣ ମାମଲାରେ କେରଳରେ ଏନଆଇଏ ରେଡ୍‌, ଜଣେ ଅଟକ

ନୂଆଦିଲ୍ଲୀ : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଗତ ରବିବାରଦିନ ହୋଇଥିବା ସିରିଜ ବୋମା ବିସ୍ଫୋରଣ ମାମଲାରେ ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ରବିବାରଦିନ କେରଳର କେତେକ ସ୍ଥାନରେ ଚଢଉ କରିଛି । ଏନଆଇଏର କୋଚି ଟିମ୍‌ ପକ୍ଷରୁ ଏହି ଚଢଉ କରାଯାଇଛି । କେରଳର ନୈନମାରମୁଲା ଓ ବନ୍ଦଦୁକା ଅଞ୍ଚଳର ଦୁଇ ଜଣ ବ୍ୟକ୍ତିଙ୍କ ଘରେ ଚଢଉ କରାଯାଇଛି । ତେବେ ଏହି ଚଢଉରେ କଣ ଜବତ କରାଯାଇଛି ସେ ସମ୍ପର୍କରେ ଏନଆଇଏ ପକ୍ଷରୁ କିଛି କୁହାଯାଇନାହିଁ । ଏହି ଦୁଇ ବ୍ୟକ୍ତିଙ୍କର ନିଷିଦ୍ଧ ଇସଲାମିକ ସଂଗଠନ ତୋହିଥ ଜମାତ ଓ ଆଇଏସ ସହ ସଂପର୍କ ଥିବା ଏନଆଇଏ ସଂଦେହ କରୁଛି ।

କଲମ୍ବୋ ବିସ୍ଫୋରଣ ପରେ ଆଇଏସ ପକ୍ଷରୁ ମାଲାୟାଲମ ଓ ତାମିଲରେ ଭିଡିଓ ଜାରି କରି ଏହି ଆକ୍ରମଣଲାଗି ନିଜକୁ ଦାୟୀ କରାଯାଇଥିଲା । ଏଥିରୁ ହିଁ ଏନଆଇଏ ସଂଦେହ କରୁଛି ଯେ ଆଇଏସର ମଡ୍ୟୁଲ କେରଳରେ ବି ରହିଛି । ପ୍ରାୟ ୬୦ ଜଣ ମାଲାୟଲୀ ଲୋକଙ୍କ ଉପରେ ଏନଆଇଏ କଡା ନଜର ରଖିଛି ।

ସମ୍ବନ୍ଧିତ ଖବର