ଦେଶ ବିରୋଧୀ  କାର୍ଯ୍ୟକଳାପ ନେଇ କଟକରେ ଏନ୍‌ଆଇଏର ଚଢ଼ାଉ

କଟକ:  କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ଭଡ଼ା ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ଆଜି ଭୋର ୪ଟାରୁ ଜାତୀୟ  ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଅଧିକାରୀମାନେ ଚଢ଼ାଉ କରୁଛନ୍ତି। ଚଢ଼ାଉ ହେଉଥିବା ବ୍ୟକ୍ତିଙ୍କ ଘର ଓଡ଼ିଶାରେ ହୋଇ  ନ ଥିବା ବେଳେ ସେ ପ୍ରାୟ ଦେଢ଼ ବର୍ଷ ହେବ  ସାମନ୍ତରାପୁର ଗ୍ରାମରେ ଘର ଭଡ଼ା ନେଇ ରହୁଥିଲେ। ତାଙ୍କ ନାମ ଅଖତର ହୁସେନ ଖାଁ। ଦେଶ ବିରୋଧୀ କାର୍ଯ୍ୟକଳାପ ସନ୍ଦେହରେ ଏନଆଇଏ ର ପ୍ରାୟ ୧୦ରୁ ଊର୍ଧ୍ୱ ଅଧିକାରୀ ସ୍ଥାନୀୟ ପୁଲିସ ସହାୟତାରେ ଏହି ଚଢ଼ାଉ ଚଳାଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।

 

 

 

 

 

ସମ୍ବନ୍ଧିତ ଖବର