ଜୁଲାଇ ୩୧ ଯାଏଁ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ; ରାତି ୧୦ରୁ ସକାଳ ୫ ଘରୁ ବାହାରିବା ମନା

ନୂଆଦିଲ୍ଲୀ: ଆଜି ଗୃହ ମନ୍ତ୍ରାଳୟ ଅନଲକ-୨ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି। ବିଭିନ୍ନ କଟକଣା ସମୟସୀମାକୁ ଜୁଲାଇ ୩୧ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଏବଂ ଏଥିପାଇଁ ନୂତନ ନିୟମାବଳୀ ମଧ୍ୟ ଜାରି କରିଛନ୍ତି। କରୋନା ସଂକ୍ରମଣ ହ୍ରାସ ପାଉ ନ ଥିବାରୁ କେନ୍ଦ୍ର ସରକାର କଟକଣାରେ ବିଶେଷ କୋହଳ କରିନାହାନ୍ତି। ପୂର୍ବପରି ରାତ୍ରିକାଳୀନ କର୍ଫ୍ୟୁ ଆଉ ଏକମାସ ବଳବତ୍ତର ରଖିଛନ୍ତି।

ନୂତନ ଗାଇଡଲାଇନରେ ସରକାର କହିଛନ୍ତି ଯେ, ଅନଲକ-୧ ଭଳି ଅନଲକ-୨ରେ  ମଧ୍ୟ ନାଇଟ୍ କର୍ଫ୍ୟୁ ଜାରି ରହିବ | ରାତି ୧୦ଟାରୁ ସକାଳ ୫ଟା ଯାଏଁ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ନିୟମ ଲାଗୁ ହେବ | ଜୁଲାଇ ୧ ତାରିଖଠାରୁ ଏହି ନୂତନ କର୍ପ୍ୟୁ ନିୟମ ପାଳନ କରାଯିବ।

ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜରୁରୀ କାର୍ଯ୍ୟକଳାପ ବ୍ୟତୀତ ରାତି ୧୦ରୁ ସକାଳ ୫ ଟା ମଧ୍ୟରେ ବ୍ୟକ୍ତିବିଶେଷଙ୍କ ଗତିବିଧି “ସମ୍ପୂର୍ଣ୍ଣ ନିଷେଧ” ରହିବ | ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟତିରେକେ ବ୍ୟତୀତ ରାତି ୧୦ ରୁ ଭୋର ୫ଟା ଯାଏଁ ମଧ୍ୟରେ ସମସ୍ତ ଗତିବିଧି ନିଷେଧ ରହିବ। ଏ ନେଇ ସ୍ଥାନୀୟ କର୍ତ୍ତୃପକ୍ଷ ସିଆରପିସିର ଧାରା ୧୪୪ ଅଧୀନରେ [କର୍ଫ୍ୟୁ] ନିର୍ଦ୍ଦେଶନାମା ଜାରି କରିବା ସହ ଏହାକୁ କଠୋର ଭାବେ ଅନୁପାଳନ କରିବେ |

ସମ୍ବନ୍ଧିତ ଖବର