କିପରି ଖାରଜ ହେଲା ନିରବ ମୋଦିର ୩ୟ ଜାମିନ ଆବେଦନ ?

ଲଣ୍ଡନ : ଜେଲରେ ଥିବା ହୀରାବ୍ୟବସାୟୀ ତଥା ୧୩ ହଜାର କୋଟି ଟଙ୍କାର ପିଏନବି ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିର ଜାମିନ ଆବେଦନ ପୁଣି ଥରେ ଖାରଜ ହୋଇଯାଇଛି । ଏହାକୁ ମିଶାଇଲେ ନିରବ ମୋଦିଙ୍କ ମୋଟ ୩ ଥର ଜାମିନ ଆବେଦନ ଖାରଜ ହେଲାଣି । ଲଣ୍ଡନର େଓ୍ଵଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ଏହି ଜାମିନ ଆବେଦନକୁ ଖାରଜ କରିଛନ୍ତି । ଏହି ଜାମିନ ଆବେଦନକୁ ଖାରଜ କରି ଜଜ୍‌ ଏମା ଆବର୍ଟନଟ କହିଛନ୍ତି ଯେ ନିରବ ମୋଦି ନିଜର ଜମାନତ ରାଶିକୁ ୨ଗୁଣ କରି ୨ ନିୟୁତ ଡଲାର କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଜାମିନରେ ବାହାରିବା ପରେ ନିରବମ ମୋଦି ସାକ୍ଷୀ ପ୍ରମାଣରେ ହସ୍ତକ୍ଷେପ କରିପାରେ । ଏଣୁ ତାହାର ଜାମିନ ଆବେଦନକୁ ଖାରଜ କରାଗଲା ।

ତେବେ ନିରବ ମୋଦିର ଜାମିନ ଆବେଦନ ଖାରଜ ହେବା ପଛରେ ସେଠାରେ ଥିବା ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ (ଇଡି)ର ଏକ ଟିମର ହାତ ଥିବା କୁହାଯାଇଛି । ଗତକାଲି ଇଡି ଟିମ ଓ ଲଣ୍ଡନର କ୍ରାଉନ ପ୍ରସେକ୍ୟୁସନ ସର୍ଭିସ ମଧ୍ୟରେ ଏକ ବୈଠକ ହୋଇ ନିରବ ମୋଦି ବିରୋଧରେ ଆଉ କେତେକ ତଥ୍ୟ ପ୍ରମାଣ ଦିଆଯାଇଥିଲା । ଏହାକୁ ଆଜି କୋର୍ଟରେ ଦାଖଲ କରାଯାଇଥିଲା ।

ନିରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକସୀ ପ୍ରାୟ ୧୩ ହଜାର କୋଟି ଟଙ୍କା ମୂଲ୍ୟର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଅଛନ୍ତି । ଏହି ଦୁଇଜଣ ଏବେ ଦେଶବାହାରକୁ ପଳାୟନ କରିଛନ୍ତି । ଦୁଇମାସ ତଳେ ବ୍ରିଟିଶ ପୋଲିସ ନିରବକୁ ଲଣ୍ଡନଠାରେ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର