ନିର୍ଭୟା ମାମଲା: ଦିନ ଗୋଟାଏରେ ଆସିବ ଦୋଷୀ ଅକ୍ଷୟର ପୁନର୍ବିଚାର ଆବେଦନର ରାୟ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନ ଉପରେ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ଶେଷ ହୋଇଛି । ନବଗଠିତ ଏକ ତିନିଜଣିଆ ବେଞ୍ଚ ଏହି ଆବେଦନର ଶୁଣାଣି ଶେଷ କରିଛନ୍ତି । ଦିନ ଗୋଟାଏରେ ଏହାର ରାୟ ଆସିବ ।

ଏହି ଆବେଦନର ଶୁଣାଣି ଗତକାଲି ହେବାକୁ ଥିଲେ ମଧ୍ୟ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡ଼େ ଏହି ଶୁଣାଣି ପାଇଁ ଗଠିତ ବେଞ୍ଚରୁ ନିଜକୁ ପ୍ରତ୍ୟାହାର କରିବା ପରେ ଏକ ନୂଆ ବେଞ୍ଚ ଗଠନ କରାଯାଇଥିଲା ଓ ଶୁଣାଣି ବୁଧବାରକୁ ଘୁଞ୍ଚିଥିଲା । ପ୍ରଧାନ ବିଚାରପତିଙ୍କ ପୁତୁରା ପୂର୍ବରୁ ଏହି ମାମଲାରେ ନିର୍ଭୟାର ପକ୍ଷ ରଖିଥିବାରୁ ମାମଲାର ନିରପେକ୍ଷତା ପାଇଁ ପ୍ରଧାନ ବିଚାରପତି ନିଜକୁ ଏହି ବେଞ୍ଚରୁ ପ୍ରତ୍ୟାହାର କରିନେଇଥିଲେ । ଏହି ମାମଲାର ଶୁଣାଣି ପାଇଁ ଏକ ନୂଆ ତିନିଜଣିଆ ବେଞ୍ଚ ଗଠନ କରାଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାକୁ ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ଅମାନୁଷିକ ନିର୍ଯ୍ୟାତନା ଦିଆଯାଇଥିଲା ।  ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାକୁ ଚଳନ୍ତା ବସରୁ ଫିଙ୍ଗିଦେଇଥିଲେ ।ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ ।

ସମ୍ବନ୍ଧିତ ଖବର