ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ବାକି ରହିଲା ମାତ୍ର ତିନିଦିନ; ଶେଷଥର ପାଇଁ ପରିବାରଲୋଲୋକଙ୍କୁ ଭେଟିଲେ ଦୁଷ୍କର୍ମକାରୀ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ପାଖେଇ ଆସିଲାଣି। କୌଣସି ସମସ୍ୟା ନଆସିଲେ ନିର୍ଭୟା ମାମଲାର ଚାରିଜଣ ଦୋଷୀଙ୍କୁ ଫେବ୍ରୁଆରି ୧ ତାରିଖରେ ନିଶ୍ଚିତ ଭାବେ ଫାଶୀ ଦିଆଯିବ। ତିହାର ଜେଲ ପ୍ରଶାସନ ଏଥିପାଇଁ ସମସ୍ତ ପ୍ରସ୍ତୁତି ବି ଶେଷ କରି ସାରିଲେଣି। ଫାଶୀ ପୂର୍ବରୁ ଶେଷଥର ପାଇଁ ୪ଜଣ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ସେମାନଙ୍କ ପରିବାରଲୋଙ୍କ ସହିତ ଗତ ମଙ୍ଗଳବାର ଭେଟ କରାଯାଇଥିଲା।

Image result for nirbhaya-rape-case-convicts-family-meeting
India Today

ତେବେ ଫାଶୀ ପାଇଁ ଆଉ ମାତ୍ର ୩ଦିନ ବାକି ରହିଛି। ଏଭଳି ପରିସ୍ଥିତିରେ ବି ନିର୍ଭୟାର ୪ଜଣ ଦୋଷୀ ମୁକେଶ ସିଂହ, ବିନୟ, ଅକ୍ଷୟ ଓ ପବନ ଗୁପ୍ତା ଫାଶୀରୁ ବଞ୍ଚିବା ପାଇଁ  ଚେଷ୍ଟା ଜାରି ରଖିଛନ୍ତି। ନିର୍ଭୟା ଦୋଷୀ ମୁକେଶ ସିଂହର ରାଜକ୍ଷମା ପୂର୍ବରୁ ହିଁ ଖାରଜ କରି ଦିଆଯାଇଛି।

ଏହାକୁ ନେଇ ମୁକେଶ ୧ ଫେବ୍ରୁଆରିର ଡେଥ୍‌ ୱାରେଣ୍ଟ୍‌କୁ ଟାଳିବା ଏବଂ ରାଷ୍ଟ୍ରପତିଙ୍କ ଦ୍ଵାରା କ୍ଷମା ଆବେଦନକୁ ଖାରଜ କରାଯିବା ବିରୋଧରେ ଏବେ ସୁପ୍ରିମ୍‌ କୋର୍ଟର ଦ୍ଵାରସ୍ଥ ହୋଇଛି। ସୁପ୍ରିମ୍‌ କୋର୍ଟ ଏହି ମାମଲାରେ ଆଜି ରାୟ ଶୁଣାଇବେ। ସେହିପରି ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ଗତମଙ୍ଗଳବାର କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଥିବା ବେଳେ ଦୋଷୀ ବିନୟ ଆଜି ରାଜକ୍ଷମା ଆବେଦନ କରିବ।

Image result for nirbhaya-rape-case-convicts-family-meeting
Times of India

ଗତମଙ୍ଗଳବାର ନିର୍ଭୟ ଗଣଦୁଷ୍କର୍ମ ମାମଲାର ଦୋଷୀ ମୁକେଶ ସୁପ୍ରିମ୍‌ କୋର୍ଟରେ ଶୁଣାଣି ବେଳେ ଏକ ସାଙ୍ଘାତିକ ଅଭିଯୋଗ ଆଣି କହିଥିଲା, ତିହାର ଜେଲ୍‌ରେ ତା’ ସହିତ ଯୌନ ଉତ୍ପୀଡ଼ନ କରାଯାଇଛି ଏବଂ ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସହିତ ବଳପୂର୍ବକ ଯୌନକ୍ରିୟା କରିବା ପାଇଁ ବାଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର