ନୀରଜଙ୍କ ପରଲୋକ

ନୂଆଦିଲ୍ଲୀ: ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ କବି ତଥା ଗୀତିକାର ଗୋପାଳ ଦାସ ନୀରଜଙ୍କର ଆଜି ପରଲୋକ ଘଟିଛି। ତାଙ୍କୁ ୯୪ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଗତ ମଂଗଳବାର ତାଙ୍କୁ ଦିଲ୍ଲୀ ଏମ୍‌୍‌ସରେ ଭର୍ତ୍ତି କରାଯାଇଥିଲ। ୧୯୯୧ରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିବା ବେଳେ ୨୦୦୭ରେ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲ। ଗୋପାଳ ଦାସ ନିରଜଙ୍କ ୨୦ରୁ ଅଧିକ କବିତା ସଂକଳନ ରହିଥିବା ବେଳେ ଶତାଧିକ ହିନ୍ଦୀ ଚଳଚ୍ଚିତ୍ର ପାଇଁ ସେ ଗୀତ ଲେଖିଥିଲେ।

ସମ୍ବନ୍ଧିତ ଖବର